ଶିଶୁ ଶ୍ରମିକ ପ୍ରଥା ଉଛେଦ ପାଇଁ ଜିଲ୍ଲା ସ୍ତରୀୟ କର୍ମଶାଳା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଶିଶୁ ଶ୍ରମିକ ପ୍ରଥା ବିଲୋପ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା କେନ୍ଦ୍ରାପଡା ସହରର ଭାରତ ସ୍ୱେଛାସେବୀ ଅନୁଷ୍ଠାନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜୟ ଭାରତୀ ସାଥିସମାଜ ସମ୍ପାଦକ ନିରଞ୍ଜନ ସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବୈଠକରେ ‘କ୍ୟାମ୍ପେନ ଏଗନେଷ୍ଟ ଚାଇଲ୍ଡ ଲେବର’(ସିଏସିଏଲ) କେନ୍ଦ୍ରୀୟ ଜୋନ୍‌ର ଆବାହକ ନକୁଳ ଚନ୍ଦ୍ର ସ୍ୱାଇଁ, ଭାରତ ଅନୁଷ୍ଠାନର ନିର୍ଦ୍ଦେଶକ ଉଦୟନାଥ ବେହେରା ଯୋଗଦେଇ ଏହାର ଆଭିମୁଖ୍ୟ, ଆଗାମୀ କାର୍ଯ୍ୟାବଳୀ, ସଚେତନତା ସୃଷ୍ଟି, ଜିଲ୍ଲା ସ୍ତରୀୟ କମିଟିକୁ ସୁଦୃଢ କରିବା, ଟ୍ୟାକ୍ସ ଫୋର୍ସ ଗଠନ, ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ଅନ୍ତର୍ଭୁକ୍ତ କରିବା, ଶିଶୁ ଶ୍ରମିକ ପ୍ରଥାକୁ ବିଲୋପ କରିବା, ଶିଶୁମାନଙ୍କୁ କାର୍ଯ୍ୟରେ ନଲଗାଇ ସେମାନଙ୍କ ଶିକ୍ଷାଦାନ ଉପରେ ଗୁରୁତ୍ୱ ପ୍ରଦାନ ଇତ୍ୟାଦି ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। ଏହି କର୍ମଶାଳାରେ ସେୟାର ସମ୍ପାଦକ କିଶୋର କୁମାର ସ୍ୱାଇଁ, ରେସୱା ସମ୍ପାଦକ ଲିଆକତ ହୋସେନ, ପଲ୍ଲିଶ୍ରୀର ସିଇଓ ଶ୍ରୀକାନ୍ତ ନାୟକ, ଆର.କେ.ୱାଇ.ପି. ସମ୍ପାଦକ ସୁଶାନ୍ତ କୁମାର ଦାସ, ଶାନ୍ତିମୈତ୍ରୀର ସଂଯୋଜକ ପ୍ରଦୀପ କୁମାର ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକରେ ସର୍ବ ସମ୍ମତିକ୍ରମେ ଭାରତର ନିର୍ଦ୍ଦେଶକ ଉଦୟନାଥ ବେହେରାଙ୍କୁ ଜିଲ୍ଲା ଆବାହକ, ସେୟାର ସମ୍ପାଦକ କିଶୋର ସ୍ୱାଇଁଙ୍କୁ ସହ ଆବାହକ, ପଲ୍ଲିଶ୍ରୀ ମହିଳା ସମିତିର ସିଇଓ ଶ୍ରୀକାନ୍ତ ନାୟକଙ୍କୁ ପରାମର୍ଶଦାତା ଭାବେ ଚୟନ କରାଯାଇଥିଲା। ଶେଷରେ ଭାରତର ନିର୍ଦ୍ଦେଶକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ