ଦିବ୍ୟ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ଜିଲାପାଳ
ବନ୍ତ(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ବାଇପୁର ଗ୍ରାମରେ ଗତ ୩ ଦିନ ଧରି ଅନୁଷ୍ଠିତ ଶ୍ରୀ ଶ୍ରୀ ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ରଙ୍କର ଭବ୍ୟଆଳୟ ଓ ଦିବ୍ୟ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଉତ୍ସବରେ ୨ୟ ଦିବସରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲାପାଳ ଦୀଲିପ ରାଉତରାଏ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ରଜନୀକାନ୍ତ ମହାନ୍ତି, ସ୍ତମ୍ଭକାର ଡଃ.ପ୍ରଫୁଲ୍ଲ କୁମାର ସାହୁ, ସାହିତ୍ୟିକ ଲକ୍ଷ୍ମୀକାନ୍ତ ବାରିକ ଯୋଗ ଦେଇଥିଲେ । ଉଦ୍ଘାଟନୀ ଉତ୍ସବରେ ଶିକ୍ଷକ କିଶୋର ଚନ୍ଦ୍ର ସେନାପତି ଓ ଉଦ୍ଯାପନୀ ଦିବସରେ ତ୍ୟାଗଭୂମି ମହୋତ୍ସବର ଅଧ୍ୟକ୍ଷ ଅଜୟ କୁମାର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ୨ୟ ସନ୍ଧ୍ୟାରେ ପଣ୍ଡିତ ଚିତ୍ତ ରଞ୍ଜନ ନାୟକ ଓ ଉଦ୍ଯାପନୀ ସନ୍ଧ୍ୟାରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ପଙ୍ଗୀରା ଶାସନସ୍ଥିତ ରେବ ନଦୀ ଘାଟରୁ ୭୫ କଳସ ଅଣାଯାଇ ଘଟ ସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ କଳସ ରବିନ୍ଦ୍ର କୁମାର ପଣ୍ଡା, ପରମେଶ୍ୱର ସେନାପତି, ଶତୃଘ୍ନ ସେନାପତି, ଜଗନ୍ନାଥ ନାୟକ, ଜଗବନ୍ଧୁ ସାହୁ ଧାରଣ କରିଥିଲେ । ପଣ୍ଡିତ ପଦ୍ମନାଭ ପଣ୍ଡାଙ୍କ ସମେତ ଅନ୍ୟ ପୂଜକ ମାନଙ୍କ ଦ୍ୱାରା ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା । ରବିନ୍ଦ୍ର କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ୩ ଦିନ ବ୍ୟାପୀ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବସନ୍ତ କୁମାର ପଣ୍ଡା, ଭାଗିରଥି ସାହୁ, ଜଗନ୍ନାଥ ନାୟକ, ରମାକାନ୍ତ ବିଶ୍ୱାଳ, ସୁକାନ୍ତ ବିଶ୍ୱାଳ, ନିତ୍ୟାନନ୍ଦ ସେଠୀ, ନୃସିଂହ ସ୍ୱାଇଁ, ଶତୃଘ୍ନ ସେନାପତି, ସଞ୍ଜୟ ସେନାପତି, ଅନନ୍ତ ସେନାପତି, ଜଗବନ୍ଧୁ ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।