ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ବ୍ଲକ କାର୍ଯ୍ୟାଳୟ ସଦଭାବନା ଗୃହ ପରିସରରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁନିଗୁଡା ବ୍ଲକ ଅଧକ୍ଷା ଦୁଃଖିନୀ ନୁଣ୍ଡ୍ରୁକାଙ୍କ ଅଧ୍ୟକ୍ଷତା ଓ ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଆଶୁତୋଷ କୁଳକର୍ଣି, ଆରକ୍ଷୀ ଅଧିକ୍ଷକ ସ୍ୱାଥି ଏସ କୁମାର,ଉପ ଜିଲ୍ଲାପାଳ ଅଭିଷେକ ଦୁଧାଲ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅକ୍ଷୟ କୁମାର ଖେମୁଣ୍ଡ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ବି.ସରୋଜିନୀ ଦେବୀ ପ୍ରମୁଖ ଉପସ୍ଥିତ ରହି ମୋଟ ୧୫୬ଟି ଅଭିଯୋଗ ଶୁଣାଣି କରିଥିଲେ,ସେଥିମଧ୍ୟରୁ ବ୍ୟକ୍ତିଗତ ୧୦୭ଟି ଓ ଗୋଷ୍ଠିଗତ ୪୮ଟି ଅଭିଯୋଗ ଥିଲା ବିଶେଷ ଅଭିଯୋଗ ମାନଙ୍କ ମଧ୍ୟରୁ ମୁନିଗୁଡ଼ା ଉନ୍ନୟନ ଉପରେ ଦରଖାସ୍ତ ଏବଂ ସାହି ବସ୍ତିର ରାସ୍ତାର ଦୂରାବସ୍ଥା, ଦୀର୍ଘ ଦିନ ଧରି ଷ୍ଟ୍ରିଟ ଲାଇଟ ଗୁଡିକ ଠିକ ଭାବେ ଜଳୁ ନଥିବା ଯୋଗୁଁ ହେଉଥିବା ବିଭିନ୍ନ ସମସ୍ୟା ଉପରେ ପୁନଃ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମୁନିଗୁଡା ବାର ଆସୋସେଶନ, ନାଗରିକ ମଞ୍ଚ ତରଫରୁ ଅତିରିକ୍ତ ତହସିଲଦାରଙ୍କ ବଦଳି କାରଣରୁ କୋର୍ଟ କାର୍ଯ୍ୟରେ ଅସୁବିଧା,ମୁନିଗୁଡ଼ାରୁ ଆଗୁଳ ପଞ୍ଚାୟତ ଅଞ୍ଚଳକୁ ଲକ୍ଷ୍ମୀ ବସ ସେବା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିଲା,ଏଥିସହ ବିଭିନ୍ନ ପଞ୍ଚାୟତରେ ଅନେକ ଦିବ୍ୟାଙ୍ଗ ମାନଙ୍କ ସମସ୍ୟା ଆସିଥିଲା। ସେହିପରି ଭତା,ଆବାସ ଯୋଜନା ସହ ଅନେକ ବ୍ୟକ୍ତିଗତ ଓ ସାମୁହିକ ଅଭିଯୋଗ ଗୁଡିକ ଆସିଥିବା ଜଣାପଡିଛି। ଏହି ଅବସରରେ ସାମାଜିକ ସୁରକ୍ଷା ବିଭାଗ ତରଫରୁ ଡିବ୍ୟାଙ୍ଗ ହିତାଧିକାରୀ ୫ଜଣଙ୍କୁ ହୁଇଲ ଚେୟାର ଏବଂ ୪ଜଣ ଗରିବ ଲୋକଙ୍କୁ ଆର୍ଥିକ ସହାୟତା ଚେକ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଏହି ଅଭିଯୋଗ ଶୁଣାଣିରେ ଅନ୍ୟ ମାନଙ୍କ ମଧ୍ୟରେ ମୁନିଗୁଡ଼ା ତହସିଲଦାର ଏମ ଅନୁରାଧା,ଏସଡିପିଓ ସନ୍ତଶିନି ଓରାମ, ଆଇଆଇସି ସୌଦାମିନୀ ବେହେରା,ମେଡିକାଲ ଅଫିସର ଡା.ଆଶିଷ ରଞ୍ଜନ ପଣ୍ଡା,ବିଇଓ ଗଣେଶ ଶବର,ମଙ୍ଗଳ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ଜିଲ୍ଲା, ଉପଖଣ୍ଡ ସ୍ତରୀୟ ଓ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ବିଭାଗୀୟ ଅଧିକାରୀ ମାନଙ୍କୁ ତଥ୍ୟ ପ୍ରଦାନରେ ସହାୟତା କରିଥିଲେ l ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ବଡ଼ ବାବୁ ଜିତେନ୍ଦ୍ର କୁମାର ଧର,ସହକାରୀ ଯନ୍ତ୍ରୀ ଭି.ଶ୍ରୀନିବାସ ରାଓ,ବ୍ଲକ ଯନ୍ତ୍ରୀ ଅମ୍ବିକା ଦାସ,ସନ୍ଧ୍ୟାରାଣୀ ମଲ୍ଲିକ,ସାମାଜିକ ସୁରକ୍ଷା ଅଧିକାରୀ ମୁନା ତାଡିଙ୍ଗି,କଳ୍ପନା ସାହୁ, ସୁରଜ ମଲ୍ଲିକ,ଜିପିଇଓ ମନୋରଞ୍ଜନ ବେହେରା, ଯୋଗାଣ ଅଧିକାରୀ ଆଶିଷ ରଞ୍ଜନ ସାହୁ, ଜିଆରଏସ ଅଜିତ ନାଗ,ଦେବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।


