ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର
ବନ୍ତ,(ଚାନ୍ଦିନୀ ମହାନ୍ତି) : ସୋମବାର ଭଦ୍ରକ ଜିଲା ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଦ୍ରକ ଜିଲାପାଳ ଦିଲୀପ ରାଉତରାଏ ଯୋଗ ଦେଇ ଆସିଥିବା ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ । ଶିବିରରେ ମୋଟ ୧୪୪ ଅଭିଯୋଗ ଆସିଥିଲା । ସେଥିମଧ୍ୟରେ ୧୨୫ ବ୍ୟକ୍ତିଗତ, ୧୬ ଗ୍ରାମ୍ୟ ସମସ୍ୟା, ୩ ରେଡକ୍ରସ ସହାୟତା ଆଦି ଅଭିଯୋଗ ରହିଥିଲା । ଶିବିରରେ ୨୬ ଅଭିଯୋଗର ଫଏସଲା କରାଯାଇଥିଲା । ସେହିପରି ୨ ଅଭିଯୋଗକାରୀଙ୍କୁ ଜିଲା ରେଡକ୍ରସ ପାଣ୍ଠିରୁ ୮ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ ନେଇ ଜିଲାପାଳ ଆଦେଶ ପ୍ରଦାନ କରିଥିଲେ । ଶିବିରରେ ଜିଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ, ଅତିରିକ୍ତ ଜିଲାପାଳ ସରୋଜ କୁମାର ଦତ୍ତ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୋଦ ପ୍ରହରାଜ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ସାହୁ, ଡିଡବ୍ଲ୍ୟୁଓ ସାଲୁ କୁମାର ଟୁଡୁ, ଡିଏସଏସଓ ସୁବାଷ ଚନ୍ଦ୍ର ନାୟକ, ସିଏସଓ ମନ ମୋହନ ପଟ୍ଟନାୟକ, ବିଡିଓ ସୀତାକାନ୍ତ ରାଉତ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ତହସିଲଦାର ସାରା ହେମ୍ବ୍ରମ, ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି, ବିଇଓ ଡ.ସୁକୀର୍ତ୍ତି କର, ଜିପିଡିଓ ସୂଚୀସ୍ମିତା ବାରିକ, ବିଏସଏସଓ ପ୍ରକାଶ ସାହୁ, ଆର.ଡବ୍ଲ୍ୟୁ.ଏସ.ଏସ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରାଙ୍କ ସମେତ ଜିଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଅଭିଯୋଗ ପଞ୍ଜୀକରଣ ଦାୟୀତ୍ୱରେ ଲଳିତ ହେମ୍ବ୍ରମ, ନିତ୍ୟାନନ୍ଦ ନାୟକ ଥିବା ବେଳେ ଅନନ୍ତ କିଶୋର ପଣ୍ଡା, ମିତ୍ରଭାନୁ ସ୍ୱାଇଁ, ରତ୍ନାକର ଜେନାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।


