ଜିଲା ସଡକ ସୁରକ୍ଷା କମିଟି ବୈଠକ

ଛତ୍ରପୁର (ଓ୍ବାଇଏନଏସ) :  ପ୍ରତ୍ୟେକ ଦିନ ସଡକ ଦୃର୍ଘଟଣା ଘଟୁଛି । ଗଞ୍ଜାମ ଜିଲାରେ ମଧ୍ୟ ସଡକ ଦୃର୍ଘଟଣା ସଂଖ୍ୟା ବୃଦ୍ଧିପାଉଛି । ଏନେଇ ଆଜି ଜିଲାପାଳ ଭି.କୀର୍ତ୍ତି ଭାସନ ଅଧ୍ୟକ୍ଷତାରେ ଛତ୍ରପୁର ସ୍ଥିତ ଜିଲାପାଳ ସମ୍ମିଳନୀ କକ୍ଷରେ ଜିଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲାରେ ଚଳିତ ବର୍ଷ ୨୦୨୫ଜାନୁଆରୀ ରୁ ସେପ୍ଟମ୍ବର ରେ ପୂର୍ବ ବର୍ଷ ଅପେକ୍ଷା ୯ ପ୍ରତିଶତ ସଡକ ଦୃର୍ଘଟଣାରେ ହାର ବଢିଥିବା  ବେଳେ ୧୪ ପ୍ରତିଶତ ମଧ୍ୟ ମୃତ୍ୟୁହାର  ବୃଦ୍ଧି ପାଇଛି । ୨୦୨୪ ଜାନୁଆରୀ ରୁ ସେପ୍ଟମ୍ବର ମଧ୍ୟରେ ୬୧୭ଟି ସଡକ ଦୃର୍ଘଟଣା ଘଟିଥିବା ବେଳେ ୩୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୧୭ ଜଣଙ୍କ ଆହାତ ହୋଇଥିବା ବେଳେ ସେହିତୁଳନାରେ ୨୦୨୫ରେ ୬୭୪ଟି ଦୃର୍ଘଟଣା ହୋଇଥିବା ବେଳେ ୩୪୩ ଜଣ ମୃତ୍ୟୁ ଓ ୪୪୪ ଜଣ ଆହତ ହୋଇଥିବା ବୈଠକରେ ଗଞ୍ଜାମ ଆରଟିଓ ଇ.ଦେବାଶିଷ ସ୍ୱାଇଁ କହିଥିଲେ । ବିଶେଷ କରି ରାଜପଥ ଗୁଡିକରେ ଅଧିକ ଦୃର୍ଘଟଣା ହୋଇ ମୃତ୍ୟୁ ହେଉଛନ୍ତି । କିପରି ଏହା ଉପରେ ରୋକ ଲାଗିବ ସେନେଇ ଏନଫୋସମେଂଟ କୁ କଡାକଡି କରିବାକୁ କୁହାଯାଇଛି । ଗଞ୍ଜାମ ପୁଲିସ ଜିଲାରେ ୫ଟି ଥାନା ଅଂଚଳରେ ଓ ବ୍ରହ୍ମପୁର ପୁଲିସ ଜିଲାରେ ୩ଟି ଥାନା ଅଚଂଳରେ ଅଧିକ ସଡକ ଦୃର୍ଘଟଣା ଘଟୁଛି । ଏହି ଅଚଂଳ ଏବଂ ବ୍ଲାକ ସପ୍ଟ ଅଚଂଳରେ କିପରି ଦୃର୍ଘଟଣା କମିବ ସେନେଇ ଜିଲାପାଳ ଗୁରୁତ୍ୱ ଦେଇଥିଲେ ।  ସହରରେ ବିଭିନ୍ନ ରାସ୍ତାରେ ବେଆଇନ ଭାବେ ଗାଡି ପାର୍କିଂ କରିରଖୁଛନ୍ତି ଏବେ ଗାଡି ମାଲିକ ବିରୁଦ୍ଧରେ ଜୋରିମନା ପକାଯିବ, ସେହିପରି ରାସ୍ତାରେ ଗାଇ ପାଇଁ ଅଧିକାଂଶ ସମୟରେ ଦୃର୍ଘଟଣା ଘଟୁଛି ଯଦି ଗାଇ ପାଇଁ କୈାଣସି ସ୍ଥାନରେ ଦୃର୍ଘଟଣା ଘଟିବ ତେବେ ମାଲିକ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ।  ଏବେ ରାସ୍ତାରେ ଗାଇ ଛଡିଲେ ତାହାକୁ ଉଠାଯିବ ଏନେଇ ଏନଏଚଏଆଇ ଗାଡି ଯୋଗାଇବ । ତପ୍ତପାଣି ଘାଟି ପାଇଁ ବିଭିନ୍ନ ସମୟରେ ସଡକ ଦୃର୍ଘଟଣା ଘଟୁଥିବା ତାହାକୁ ନଜରରେ ରଖି ସେଠାରେ ଏକ ସର୍ଭେ କରାଯାଇ କଣ ସବୁ ପଦକ୍ଷେପ ନେବା ଆବଶ୍ୟକ ସନେଇ ଆରଟିଓଙ୍କୁ କୁହାଯାଇଛି । ଜାନୁଆରୁ ରୁ ସେପ୍ଟମ୍ବର ମାସ ମଧ୍ୟରେ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ୧୮୫୪ଟି ଲାଇସେନ୍ସ ସସ୍‌ପେ କରାଯାଇଛି । ଅଧିକରୁ ଅଧିକ ଗାଡି ଯାଂଚ କରି ଯେଉଁ ମାନେ ସଡକ ସୁରକ୍ଷା ନିୟମ ମାନୁନାହାନ୍ତ ଲାଇସେନ୍ସ ରଦ୍ଧ କରିବାକୁ କୁହାଯାଇଛି । ରାତ୍ର ସମୟରେ ବହୁ ଯାତ୍ରୀବାହି ବସ ଚଳାଚଳ କରୁଥିବାରୁ ଗାଡି ଚାଳକ ମଦ୍ୟପାନ କରି ଚଲାଉଛି କି ନାହିଁ ଏନେଇ ଦୁଇ ପୁଲିସ ଜିଲା ଓ ପରିବହନ ବିଭାଗ ମିଳିତ କଡାକଡି ଯାଂଚ କରିବାକୁ କୁହାଯାଇଛି ଏନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯିବ । ଜାତୀୟ ରାଜପଥ ସମେତ ରାଜ୍ୟ ରାଜପଥରେ ଯେଉଁ ଗାଡି ଚାଳକ ବେନିୟମ ଭାବେ ଗାଡି ଚଳାଉଛନ୍ତି ସେମାନଙ୍କ ଧରିବା ପାଇଁ ଆଉ ୧୮ଟି କ୍ୟାମେରା ଲାଗିବ,ଯାହାକି କ୍ୟାମେରା ଜରିଆରେ ନିୟମ ନମାନିରେ ଚଲାଣ କଟିବ । ଜାତୀୟ ରାଜପଥରେ ୧୧ଟି ବ୍ରହ୍ମପୁର ଠାରୁ ଦିଗପହି ୪ଟି ଓ ଦିଗପହଣ୍ଡି ଠାରୁ ତପ୍ତପାଣି ୩ ଟି କ୍ୟାମେରା ଲାଗିବ । ରାମେଶ୍ୱର ଠାରୁ ଗିରିଶୋଲା ଜାତୀୟ ରାଜପଥରେ ୭ଟି କ୍ୟାମେରା ଲଗିଛି ତାହା କାର୍ଯ୍ୟକ୍ଷମ ରହିଛି । କିଛି ସ୍ଥାନରେ ଡିଭାଇଡର କାଟି ସେଠାରେ ଗଳାବାଟ କରୁଛନ୍ତି ତାହା ବନ୍ଦ କରାଯିବ । ବିଶେଷକରି କନିଷି ହାଟ ନିକଟରେ ଏହା କରାଯିବାରୁ ଦୃର୍ଘଟଣା ଘଟୁଛି । ଜିଲାରେ ୧୩ ଗୋଟି ଓଭର ବିଜ୍ର ଓ ଗଳାଶଙ୍ଖ ହେବାପାଇଁ ଏନଏଚଏଆଇ ବିଭାଗ ପକ୍ଷରୁ ଅନୁମତି ମିଳିଛି, ୧୦ଟି ର ଟେଣ୍ଡ ର ସରିଥିବା ବେଳେ ତାହା ବିଭିନ୍ନ ଷ୍ଟେଜରେ ରହିଥିବା ବେଳେ ୩ଟି ପ୍ରକଳ୍ପ ପାଇଁ ଅନୁମୋଦନ ମିଳିସାରିଛି ତାହା ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ । ଛତ୍ରପୁର କଲେଜ ଛକ ଓ ଡିଆରଡିଏ ଓଭର ବ୍ରିଜ ପାଇଁ ଅନୁମୋଦନ ମିଳିଥିବା ବେଳେ ତାହା ତୁରନ୍ତ କାମ ଆରମ୍ଭ ହେବ ଏବଂ ହୁମ୍ମା ଓଭର ବିଜ୍ର କାମ କୈାଣସି ଏକ କାରଣରୁ ଅଟକି ରହିଥିବା ବେଳେ ତାହା ମଧ୍ୟ ତୁରନ୍ତ କାମ ଆରମ୍ଭ ହେବ ବୋଲି ବୈଠକରେ ଜିଲାପାଳ କହିଥିଲେ । ଆସନ୍ତା ୧ ରୁ ୧୫ ତାରିଖ ମଧ୍ୟରେ ଶୂନ ମୃତ୍ୟୁ ପକ୍ଷ ପାଳନ କରାଯିବ । ଏସଓପି ଅନୁସାରେ କରାଯିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ବୈଠକରେ ବ୍ରହ୍ମପୁର ଏସପି ଡ.ସର୍ବଣ ବିବେକ, ଗଞ୍ଜାମ ଏସପି ସୁଭେନ୍ଦୁ କୁମାର ପାତ୍ର,ଏନଏଚଏଆଇ ପିଡି ଦର୍ଶୀ ପ୍ରକାଶ, ଗଞ୍ଜାମ ଆରଟିଓ ଇଂ.ଦେବାଶିଷ ସ୍ୱାଇଁ, ଭଞ୍ଜନଗର ଆରଟିଓ, ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଲୟର ଅଧିକ୍ଷିକ ଡାକ୍ତର ଅଲେଖ ପ୍ରଧାନ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ