ଜିଲ୍ଲା ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

ବାଲେଶ୍ୱର,(ସରୋଜ ପଣ୍ଡା): ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ଓ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଂଗଠନର ମିଳିତ ଆୟୋଜନରେ ସ୍ଥାନୀୟ ଖ୍ରୀଷ୍ଟିଆନ ହାଇସ୍କୁଲ୍ ଖେଳ ପଡ଼ିଆରେ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉଦ୍ଘାଟନ ଉତ୍ସବରେ ସଦର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଜିଲ୍ଳା ଶିକ୍ଷା ଅଧିକାରୀ ଡ. ବସନ୍ତ କୁମାର ନାୟକ ସ୍ବାଗତ ଭାଷଣ ଦେଇଥିଲେ। ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଚନ୍ଦ୍ରକାନ୍ତ ଘଡ଼ାଇ କ୍ରୀଡ଼ା ବିବରଣୀ ପାଠ କରିଥିଲେ। ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣିମା ଦାଶ ଓ ଖ୍ରୀଷ୍ଟିଆନ ହାଇସ୍କୁଲର ପ୍ରଧାନଶିକ୍ଷକ ନାରାୟଣ ପୃଷ୍ଟି ଯୋଗଦେଇଥିଲେ। ମଣିନାଗେଶ୍ଵର ହାଇସ୍କୁଲର ପ୍ରଧାନଶିକ୍ଷକ ଗୋପାଳଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ। ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ରତିକାନ୍ତ ବେହେରା ସଂଯୋଜନା କରିଥିଲେ। ଖ୍ରୀଷ୍ଟିଆନ ହାଇସ୍କୁଲର ଛାତ୍ରଛାତ୍ରୀ ସ୍ବାଗତ ସଙ୍ଗୀତ ଗାନ କରିଥିଲେ।   ୧୭ ଓ ୧୪ ବର୍ଷରୁ କମ୍ ବାଳକ ତଥା ବାଳିକା ବିଭାଗରେ ଫୁଟବଲ୍, କବାଡି, ଖୋଖୋ, ରଗବୀ ଫୁଟବଲ୍, ବେଡମିଣ୍ଟନ୍, ଚେସ, ହକି ଓ ଯୋଗ ପ୍ରତିଯୋଗିତା ପାଇଁ ୧୨ଟି ବ୍ଲକରୁ ୧୪୫୨ଜଣ ପ୍ରତିଯୋଗୀ, କ୍ରୀଡ଼ା ପରିଚାଳକ ଓ କ୍ରୀଡ଼ାଶିକ୍ଷକ ଏହି ପ୍ରତିଯୋଗିତାରେ ଯୋଗ ଦେଇଛନ୍ତି। ଜିଲ୍ଲା ସ୍ତରରେ ଉନ୍ନତ କ୍ରୀଡ଼ା ପ୍ରଦର୍ଶନକୁ ନେଇ ପ୍ରାୟ ୩୫୦ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହେବେ। ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ