ଜିଲ୍ଲା ବରିଷ୍ଠ ନାଗରିକ ସଂଘର କବି ସଂଗମ ୨୦୨୫
ବରଗଡ଼,(ତୁଳସୀ ଚରଣ ଦାଶ): ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ପରିସରରେ “କବିତା ପାଠୋତ୍ସବ ଓ ହସି ହସାଇବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି, ସଭାକାର୍ଯ୍ୟ ମାଁ ସମଲେଶ୍ୱରୀ ଓ ଭାରତମାତା ଙ୍କ ପୂଜାର୍ଚନା ପରେ ଶ୍ରୀ ଗୌନ୍ତିଆ ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା, ପହେଲାଗାମ ଆତଙ୍କୀ ଆକ୍ରମଣ ରେ ନିହତ ପର୍ୟ୍ୟଟକ, “ଅପରେସନ ସିନ୍ଦୁର ” ରେ ଶହୀଦ ବୀର ଓ ଆମ ସଂଘର ଆଜୀବନ ସଦସ୍ୟଙ୍କ ନିଧନକୁ ଦୃଷ୍ଟି ରଖି ଏକ ମିନିଟର ନୀରବ ପ୍ରାର୍ଥନାସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା, ଉପସ୍ଥିତ ୨୫ ଜଣ କବି-କବୟିତ୍ରୀ ଙ୍କୁ ତାଙ୍କ କବିତା ପାଠ ପରେ ପୂର୍ବତନ ସଭାପତି ଶ୍ରୀ ଗିରିଜା ଶଙ୍କର ଆଚାର୍ଯ୍ୟ ଓ ବରିଷ୍ଠ ସଦସ୍ୟ ତଥା ମାର୍ଗ ଦର୍ଶକ ଶ୍ରୀ ପୁର୍ଣଚନ୍ଦ୍ର ଦାଶ କବିମାନଙ୍କୁ ମାନପତ୍ର ଓ ସ୍ମୃତିଚି଼ହ୍ନ ସହ ସମ୍ମାନିତ କରିଥିଲେ, କବିତା ପାଠୋତ୍ସବ କୁ ବରିଷ୍ଠ କବିଶ୍ରୀ ଦିବ୍ୟ କିଶୋର ଦେବତା ଓ ଶ୍ରୀ ଅଶୋକ ପଶାୟତ ସଂଯୋଜନା କରିଥିଲେ । ଏହି ଅବସରରରେ ଶ୍ରୀମତୀ ସୁପ୍ରଭା ସାମଲ ଙ୍କ ସମ୍ପାଦିତ ତ୍ରୈମାସିକ ” ସୂର୍ଯ୍ୟସ୍ନାତI” ପତ୍ରିକା ଉନ୍ମୋଚନ କରାଯାଇଥିଲା, ଦ୍ଵିତୀୟ ଭାଗରେ ରେ ବିପ୍ଲବୀ କବି ଶ୍ରୀ ନୀତିଶ ଆଚାର୍ଯ୍ୟ, ହାସ୍ୟ କବି ଦେବେନ୍ଦ୍ର ସାହୁ ଓ ସିଦ୍ଧାନ୍ତ କବି କବି ସିଦ୍ଧାନ୍ତ ପୁରୋହିତ ତାଙ୍କର ହlସ୍ୟ କବିତାରେ ଦୈନନ୍ଦିନ ସମାଜିକ ଚଳଣିରେ ଉଦ୍ଭାସିତ ଘଟଣା କୁ ନେଇ ପୁରା ମାହୋଲ ଆମୋଦପୁର୍ଣ କରିଥିଲେ, ସତାଧିକ ସଦସ୍ୟ ସଦସ୍ୟା ଏବଂ କବି କବୟିତ୍ରୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ, ସଂଗଠନ ସମ୍ପାଦକ କେଦାର ମିଶ୍ର ସଂଯୋଜନା କରିଥିବା ବେଳେ ଉପ ସଭାପତି ଶ୍ରୀ ନିର୍ମଳ କିଶୋର କର, ସମ୍ପାଦକ ଶ୍ରୀ ଗୋବିନ୍ଦ ଦାଶ ମଞ୍ଚାସିନ ଥିଲେ ଏବଂ କାର୍ଯ୍ୟକ୍ରମ ରେ ତୁଳସୀ ଚରଣ ଦାଶ, ଲୋକନାଥ ଆଚାର୍ଯ୍ୟ, ଦେବୀ ପଟ୍ଟନାୟକ, ପ୍ରଦୀପ ସାହୁ, ପ୍ରସନ୍ନ ପ୍ରଧାନ,ସାଧୂ ଚରଣ ଦାଶ ପ୍ରମୁଖ ସହଯୋଗ କରିଥିବା ବେଳେ ଶ୍ରୀ କେଦାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ.