ପଣ୍ଡିତ ବିଷ୍ଣୁ ମୋହନ ପଣ୍ଡାଙ୍କୁ ଡକ୍ଟରେଟ ସମ୍ମାନ ପ୍ରଦାନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଗ୍ରାମର ସ୍ୱର୍ଗତ ନିଶାକର ପଣ୍ଡାଙ୍କ ମଧ୍ୟମ ପୁତ୍ର ଶିକ୍ଷାବିତ୍ ତଥା କର୍ମକାଣ୍ଡ ବିଶାରଦ ପଣ୍ଡିତ ବିଷ୍ଣୁ ମୋହନ ପଣ୍ଡାଙ୍କୁ ଡକ୍ଟରେଟ ସମ୍ମାନରେ ସମ୍ମାନୀତ କରାଯାଇଛି । ଭୁବନେଶ୍ୱରସ୍ଥିିତ ବୁଦ୍ଧ ମନ୍ଦିର ସଭାଗୃହ ଠାରେ ଘଡିଆ ଇଣ୍ଡିଆ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଉତ୍ସବରେ ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ପଣ୍ଡାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଟ୍ରଷ୍ଟର ଫାଉଣ୍ଡର ଡ.ପ୍ରଶାନ୍ତ ଘଡିଆଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ କଳାକାର ସଂଘର ସଭାପତି ସୁଦର୍ଶନ ନାୟକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଚୈତନ୍ୟ ପାଇକଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ