ଓମ୍ସାର ଡାକରା କ୍ରମେ ଡାକ୍ତରଙ୍କ ଆନ୍ଦୋଳନ ଜାରି : ଓପିଡି ଦୁଇ ଘଣ୍ଟା ବନ୍ଦ, ରୋଗୀ ହନ୍ତସନ୍ତ
ଛତ୍ରପୁର, (ଓ୍ବାଇଏନଏସ): ଓମସାର ଡକରା କ୍ରମେ ଗଞ୍ଜାମ ଶାଖା ପକ୍ଷ ରୁ ଏହାକୁ ସମର୍ଥନ ଜଣାଇଛନ୍ତି ଡାକ୍ତର | ୧୮ ଦଫା ଦାବୀ ସରକାର ଙ୍କ ନିକଟରେ ଦାବୀ କରା ଯାଉଥିବା ବେଳେ ସରକାର ଏହାକୁ ଅଣ ଦେଖା କରୁଥିଲେ | ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା ସହ ସୁରକ୍ଷା, ମୂଳ ଦରମା ବୃଦ୍ଧି ଭଳି, କେଡେର ଗଠନ, ଡ଼ି ପି ସି ପୁନଃଗଠନ, ଅନ୍ୟାନ୍ୟ ଦାବି ପାଇଁ ସରକାରଙ୍କ ଅଣଦେଖା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏଶନ (ଓମ୍ସା)। ଏହି ଅବସର ରେ ଆନ୍ଦୋଳନ ଜାରି ରହିଛି | ପୂର୍ବ ରୁ ଏକ ଘଣ୍ଟା ଆନ୍ଦୋଳନ କରାଯାଉଥିବା ଏବେ ଆଜିଠାରୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ଦିବା ୯ ରୁ ୧୧ ଯାହାକି ୨ ଘଣ୍ଟା ଓପିଡି (ବହିର୍ବିଭାଗ) ରୋଗୀସେବା ବନ୍ଦ କରଯାଇଛି | ଯାହାଫଳ ରେ ରୋଗୀ ମାନେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହୋଇଛନ୍ତି l ଠିକ ୯ ଟା ହେଲା ସେମାନେ ୨ଘଣ୍ଟା ପ୍ରଯ୍ୟନ୍ତ ଓପିଡି ରେ ସେବା ଯୋଗାଉନାହାନ୍ତି | ଏହି ଚିକିତ୍ସାଳୟ ଉପରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସହିତ ଖଲ୍ଲିକୋଟ ବ୍ଲକ ଓ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ର ଲୋକ ମାନେ ନିର୍ଭର କରୁଥିବା ବେଳେ ଏପରି ସମସ୍ୟା ଯୋଗୁଁ ବହୁତ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ସରକାର ଡାକ୍ତରଙ୍କ ଦାବୀ ଗୁଡିକ ଯଥା ପୂରଣ କରିବା ସହିତ ରୋଗୀଙ୍କୁ ଉଚିତ ସେବା ଯୋଗାଇବା ନିମନ୍ତେ ସାଧାରଣରେ ଦାବୀ ହୋଇଛି l


