ଗୃହ ପାଳିତ ପଶୁ ମାନଙ୍କୁ ମିଳୁନି ଉପଯୁକ୍ତ ସେବା
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ଉଖୁଣ୍ଡା ଠାରେ ରହିଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ଉପରେ ଝୁମ୍ପୁରା ବ୍ଲକ ଏବଂ ସଦର ବ୍ଲକର ଚାଷୀମାନଙ୍କ ଗୃହ ପାଳିତ ପଶୁ ପକ୍ଷୀ ମାନେ ସଂପୂର୍ଣ୍ଣ ନିର୍ଭର କରି ଆସୁଛନ୍ତି। କିନ୍ତୁ ଏହି ପ୍ରାଣୀ ଚିକିତ୍ସାଳୟ ରୁ ଉପଯୁକ୍ତ ସେବା ଚାଷୀ ମାନେ ପାଇ ପାରୁନାହାନ୍ତି ବୋଲି ଚାଷୀ ମାନେ କଟକର ମଙ୍ଗଳାବାଗ ଠାରେ ରହିଥିବା ଭେଟେନାରୀ ଡାଇରେକ୍ଟର ପାଖରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି l