ପାରିବାରିକ ହିଂସା ମାମଲା ; ବାପା, ମା ଙ୍କୁ ମାଡ଼ ମାରି ଜେଲ ଗଲା ପୁଅ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଥାନା ଅନନ୍ତେଇ ଗ୍ରାମରେ ଘଟିଛି ପାରିବାରିକ ହିଂସା। ବୋହୂ ଙ୍କୁ ମାଡ଼ ମାରି ଶ୍ଵଶୁର ଆନନ୍ଦ ଗୌଡ଼ ଜେଲ ଯାଇଥିବା ବେଳେ ବାପା ମା ଙ୍କୁ ଲୁହାଛଡ ରେ ମାଡ଼ ମାରି ପୁଅ ଶଙ୍କର ଗୌଡ଼ ରବିବାର ଜେଲ ଯାଇଛନ୍ତି। ଦିଗପହଣ୍ଡି ଥାନା ଏସ.ଆଇ ସୋଫିଆ ମିଶ୍ର ପୃଥକ ମାମଲା ରେ ଅଭିଯୁକ୍ତ ବାପା ପୁଅ ଙ୍କୁ ଗିରଫ କରି ବ୍ରହ୍ମପୁର ସଦର କୋର୍ଟ କୁ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୧୭୭/୨୫ ଏବଂ ୧୭୮/୨୫ ଅନୁଯାୟୀ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଶନିବାର ପୂର୍ବାହ୍ନ ପ୍ରାୟ ୯ ଟାରେ ଆନନ୍ଦ ତାଙ୍କ ବଡପୁଅ ଶଙ୍କର ଗୌଡ଼ ରହୁଥିବା ଘର କୁ ଯାଇ ସେଠାରୁ ଏକ କବାଟ,ଶାବଳ ଏବଂ ହାତୁଡ଼ି ଜବରଦସ୍ତ ନେଇଯାଇଥିଲେ।ବୋହୁ ପଙ୍କଜିନୀ ପ୍ରତିବାଦ କରିବାରୁ ଶ୍ଵଶୁର ତାଙ୍କ କଥା ଶୁଣିନଥିଲେ। ପଙ୍କଜିନୀ ଶ୍ଵଶୁର ଘର ସମ୍ମୁଖରେ ରଖାଯାଇଥିବା କିଛି ଇଟା ନେଇଆସିବାରୁ ଶ୍ଵଶୁର ଉତ୍ତେଜିତ ହୋଇ ତାଙ୍କୁ ଏକ ପଥର ଖଣ୍ଡ ରେ ମୁଣ୍ଡକୁ ଆଘାତ କରିବାରୁ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ।ତାଙ୍କୁ ପଥର ଛେଚି ଶ୍ଵଶୁର ହତ୍ୟା ଉଦ୍ୟମ କରିଥିଲେ।ପାଖରେ ଥିବା ପଙ୍କଜିନୀ ଙ୍କ ସ୍ବାମୀ ଶଙ୍କର ଏବଂ କିଛି ବ୍ୟକ୍ତି ଆନନ୍ଦ ଙ୍କ ହାତରୁ ପଥରଖଣ୍ଡ ଛଡାଇ ନେଇଥିଲେ। ଆହାତ ପଙ୍କଜିନୀ ଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପରେ ସେଠାରୁ ଫେରି ସେ ଥାନାରେ ଏତଲା ଦେଇଥିଲେ।ସେହିପରି ଶଙ୍କର ଗୌଡ଼ ତାଙ୍କ ବାପା ଆନନ୍ଦ ଏବଂ ମା ବଙ୍ଗି ଙ୍କୁ ଶନିବାର ସକାଳେ ପାରିବାରିକ ବିବାଦ କୁ କେନ୍ଦ୍ରକରି ଏକ ଲୁହାଛଡ଼ ରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।ମା ବିଙ୍ଗି ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।