ଦଣ୍ଡନାଚକୁ କଳୁଷିତ କରା ନଯାଉ : ଜିଲ୍ଲାପାଳଙ୍କ ନିକଟରେ ଦାବି କଲା ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘ

ଛତ୍ରପୁର,(ଓ୍ବାଇଏନଏସ): ଦଣ୍ଡନାଚ ଗଞ୍ଜାମ ଜିଲ୍ଲାର ଏକ ପାରମ୍ପରିକ ଲୋକ ନୃତ୍ୟ l ଏଥିରେ ଶିବ କାଳୀ ଙ୍କୁ ନେଇ ଭୋକ୍ତା ମାନେ ଗାଁ ରୁ ଗାଁ ସାହିରୁ ସାହି ରୁ ସାହି ବୁଲି ଭକ୍ତଙ୍କ ମାନସିକ ପୂର୍ଣ୍ଣ କରିଥାନ୍ତି l ଏହାକୁ ନେଇ ଲୋକଙ୍କ ମନରେ ଥିବା ଭକ୍ତି ଭାବନା ର ପଟାନ୍ତର ନାହିଁ l ଏଭଳି ଏକ ଲୋକ ନୃତ୍ୟରେ ସାମାଜିକ ନାଟକ ଓ ଅଶ୍ଳୀଳତା ପ୍ରବେଶ କରି ଏହାକୁ କଳୁଷିତ କରାଯାଉ l ଏଣୁ ଦଣ୍ଡନାଚ ରେ ସାମାଜିକ ନାଟକ ଓ ଅଶ୍ଳୀଳତା ର ପ୍ରବେଶ କୁ ବନ୍ଦ କରାଯିବାକୁ ଦାବି କଲା ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘ। ଗଞ୍ଜାମ ଜିଲ୍ଲାର ପାରମ୍ପରିକ ନୃତ୍ୟ ଦଣ୍ଡନାଚ ଦେଶ ଓ ଦେଶ ବାହାରେ ଖ୍ଯାତି ଅର୍ଜନ କରିଥିବା ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ ଭାବରେ ପରିଚିତ । କିନ୍ତୁ ଏବେ ସାମାଜିକ ନାଟକ ଓ ମେଲୋଡି ଡ୍ୟାନ୍ସ ଆଦି ପାଇଁ ଅଶ୍ଳୀଳତା ବୃଦ୍ଧି ହେତୁ ଏହାର ପରମ୍ପରା ଓ ଐତିହ୍ୟ ଦିନକୁ ଦିନ ନଷ୍ଟ ହେବାକୁ ଗଲାଣି । ଆଉ କେଇଟା ମାସ ପରେ ଗଞ୍ଜାମରେ ଦଣ୍ଡନାଚ ବାହାରିବ। ଶିବ କାଳୀ ଙ୍କୁ ଭଜ ହେ ନାରା ରେ ପରିବେଷ ପ୍ରକମ୍ପିତ ହେବ l ସବୁଠି ଏକ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି ହେବ l ଏଥିରେ ପରମ୍ପରା, ସଂସ୍କୃତି, ପୂର୍ବ ଗୌରବ ଫେରାଇ ଆଣିବା ସହ ଏହାର ପରମ୍ପରା ଯେପରି ନଷ୍ଟ ହେବନି ଏବଂ ଅଶ୍ଳୀଳତା ହେବ ନାହିଁ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୧୪. ୧୧. ୨୦୨୫ ତାରିଖ ରେ ଯେଉଁ ଏସଓପି ଜାରି ହୋଇଥିଲା ତାହା କଡାକଡି ପାଳନ କରିବା ପାଇଁ ଅନୁରୋଧ କରିଛି ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘ। ଗୁରୁବାର ମହାସଂଘର  କର୍ମକର୍ତ୍ତା ଓ ବହୁ ସକ୍ରିୟା ସଭ୍ୟ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଏଭଳି ଦାବି କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଙ୍କୁ ଭେଟି ଏକ ଲିଖିତ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି,ଏହା ସହିତ ଜିଲ୍ଲାପାଳ ଙ୍କ ସହିତ ବିଭିନ୍ନ ବିଷୟରେ ସେମାନେ ଆଲୋଚନା କରିଥିଲେ, ସୂଚନା ଯୋଗ୍ୟ ଯେ ଦିନକୁ ଦିନ ଦଣ୍ଡନାଚରେ ଅଶ୍ଳୀଳତା ବୃଦ୍ଧି ପାଉଛି ଯାହାଫଳରେ ସୋସିଆଲ ମିଡିଆରେ ଏହା ଘୁରି ବୁଲୁଛି ।  ସାମାଜିକ ନାଟକ ପରିବେଷଣ କରି ସେଥିରେ ଅଶ୍ଳୀଳ ଡ୍ୟାନ୍ସ କରୁଥିବା ବେଳେ କିଏ ଧୂଳିଦଣ୍ଡରେ  ଅସାମାଜିକ ଭାଷା ପ୍ରୟୋଗ କରୁଛନ୍ତି ଯାହା ଫଳରେ ଦଣ୍ଡନାଚ ମହତ୍ତ୍ବ ଓ ପରମ୍ପରା ଦିନକୁ ଦିନ ନଷ୍ଟ ହେଉଛି । ଏହାକୁ ଅଖୁର୍ଣ୍ଣ ରଖିବା ପାଇଁ ଏହି ଲୋକନୃତ୍ୟ ରେ ସାମାଜିକ ନାଟକ   ପରିବେଷଣ ନ କରିବାକୁ ଗଞ୍ଜାମ ଜିଲ୍ଲା ଦଣ୍ଡ ନାଚ ମହାସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଙ୍କ ନିକଟରେ ଦାବି କରାଯାଇଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ