‘ପ୍ରକୃତି ବନ୍ଧୁ’ ହେଲେ ଡକ୍ଟର ସନ୍ଦୀପ ପଟ୍ଟନାୟକ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ପ୍ରକୃତିପ୍ରେମୀ ଓ ପରିବେଶବିତ ଡକ୍ଟର ସନ୍ଦୀପ ପଟ୍ଟନାୟକ ବୃକ୍ଷରୋପଣ,ପରିବେଶ ସୁରକ୍ଷା ତଥା ଜଙ୍ଗଲ ସଂରକ୍ଷଣ ସହିତ ଜନସଚେତନତା ସୃଷ୍ଟି କରି ଦ୍ୱିତୀୟ ଥର ପାଇଁ ସମ୍ମାନଜନକ ‘ପ୍ରକୃତି ବନ୍ଧୁ’ ପୁରସ୍କାର ବିଜେତା ହୋଇ ପାରିଛନ୍ତି । ପୁରସ୍କାର ମୂଲ୍ୟାୟନ କମିଟି ଦ୍ୱାରା ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ସଫଳତା ହାସଲ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ବିଶ୍ୱ ପରିବେଶ ଦିବସ ଅବସରରେ ଜିଲ୍ଲା ସଂସ୍କୃତି ଭବନରେ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବନବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଙ୍କ ଠାରୁ ‘ପ୍ରକୃତି ବନ୍ଧୁ’ ପୁରସ୍କାର ସ୍ୱରୂପ ପ୍ରମାଣପତ୍ର ଓ ୧୦ ହଜାର ଟଙ୍କା ପୁରସ୍କାର ଲାଭ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ୨୦୧୭ ମସିହାରେ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ‘ପ୍ରକୃତି ବନ୍ଧୁ’ ସମ୍ମାନ ସହିତ ପ୍ରେରଣା ଅନୁଷ୍ଠାନ ତରଫରୁ ଗ୍ରୀନ ୱାରିୟର ପୁରସ୍କାର ପାଇଥିଲେ । ୨୦୨୧ ମସିହାରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ନାଗରିକ ମଂଚ, କେନ୍ଦୁଝର ଡେଭଲପମେଣ୍ଟ କାଉନସିଲ’ କୁ ସମ୍ମାନଜନକ ପ୍ରକୃତିମିତ୍ର ପୁରସ୍କାର ମିଳିଥିଲା । ଡକ୍ଟର ପଟ୍ଟନାୟକ ଚଳିତବର୍ଷ ସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟରେ ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମ ନିମନ୍ତେ ଲକ୍ଷ୍ୟ ରଖିଛନ୍ତି ଓ ସମସ୍ତଙ୍କୁ ବୃକ୍ଷରୋପଣ ସହିତ ପରିବେଶ ସୁରକ୍ଷା ନିମନ୍ତେ ଆହ୍ୱାନ ଦେଇଛନ୍ତି । ଏଠାରେ ପ୍ରକାଶ ଯେ, ଶ୍ରୀ ପଟ୍ଟନାୟକ ପରିବେଶ ପ୍ରଦୂଷଣ ସୁରକ୍ଷା ନିମନ୍ତେ ସାଇକେଲ ଚାଳନକୁ ଉସôାହିତ କରିବା ପାଇଁ ଏକ ସାଇକ୍ଲିଂ କ୍ଲବ ପ୍ରତିଷ୍ଠା କରି କ୍ରମାଗତ ତିନି ଥର ସାଇକେଲ ରାଲି ଆୟୋଜନ କରିଛନ୍ତି । ଡକ୍ଟର ସନ୍ଦୀପ ପଟ୍ଟନାୟକଙ୍କ ଏହି ସଫଳତା ଲାଗି ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ଚଳିତବର୍ଷ ପଲିଥିନ ବ୍ୟବହାର ରୋକିବା ନିମନ୍ତେ ତାଙ୍କ ଅନୁଷ୍ଠାନ ଉଦ୍ୟମ ଜାରି ରଖିଛି ଏବଂ ସେଥିପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ