କୁଶପଡା ରେ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ ପ୍ରଶାସନର ନିର୍ଦ୍ଦେଶକ୍ରମେ କୁଶପଡା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟ ଛାତ୍ରୀ ଛାତ୍ରୀ ଙ୍କ ମଧ୍ୟରେ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ପୁରସ୍କାର ବିତରଣ ସଭାରେ ଜିଡିପିଓ ରୋଜାଲିନ ଦଳାଇ , ସରପଞ୍ଚ ବନୀତା ସେଠୀ , ସମିତି ସଭ୍ୟା ଏସ. ରୀନା ଦୋରା , ସରପଞ୍ଚ ପ୍ରତିନିଧି ବିପ୍ରଚରଣ ସେଠୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାସିନୀ ଶବର , ଏଡିଓ କାହ୍ନୁଚରଣ ମହାଙ୍କୁଡ , ନାଏବ ସରପଞ୍ଚ ରାମହରି ଦୋରା ଅତିଥି ଭାବେ ମଞ୍ଚାସିନ ଥିଲେ। ବିଭିନ୍ନ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଶିକ୍ଷକ ବୃନ୍ଦ ଙ୍କ ସହଯୋଗରେ ଅତିଥି ମାନଙ୍କ ଦ୍ୱାରା କୃତି ଛାତ୍ରୀ ଛାତ୍ର ମାନଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା । ସରପଞ୍ଚ ଉପସ୍ଥିତ ଅତିଥିବୃନ୍ଦ ଏବଂ ବ୍ଳକ ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଥିଲେ।


