ଚୋରାମଦ ଜବତ, ୪ ଗିରଫ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଏକ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ଡେରାବିଶ ଓ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବେଲାରପୁର ଗ୍ରାମର ବଳରାମ ସାହୁ (୪୨)ଙ୍କ ଠାରୁ ୨୯ ଲିଟର ଦେଶୀ ମଦ, ଓଲଢି ଚାଟରାଚକଡା ଗ୍ରାମର ଚିନ୍ମୟ ମହାନ୍ତି(୨୯)ଙ୍କ ଠାରୁ ୩୩ ଲିଟର ବିଦେଶୀ ମଦ, ଗୁଣୁପୁର ଗ୍ରାମର ନକୁଳ ଜେନା(୩୧)ଙ୍କ ଠାରୁ ୩୪ ଲିଟର ଦେଶୀ ମଦ, କଷଣଅଣ୍ଟା ଗ୍ରାମର ରଜତ କୁମାର ଜେନା(୩୯)ଙ୍କ ଠାରୁ ୨୫ ଲିଟର ଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୧୨୧ ଲିଟର ଦେଶୀ ଓ ବିଦେଶୀ ଚୋରାମଦ ଜବତ କରାଯାଇ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ଛାୟାକାନ୍ତ ନାୟକ, ସହକାରୀ ଉପ ନିରୀକ୍ଷକ ଜଗନ୍ନାଥ ବେସ୍ରା, ସୁନୀଲ କୁମାର ମିଶ୍ର, ପ୍ରଦୀପ କୁମାର ମଳିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


