ଚୋରାମଦ ଜବତ, ୫ ଗିରଫ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଏକ ବିଶେଷସୂତ୍ରରୁ ଖବର ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ଡେରାବିଶ ଓ କେନ୍ଦ୍ରାପଡ଼ା ଟାଉନ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୬୬ଲିଟର ଚୋରାମଦ ଜବତ କରାଯିବା ସହ ୫ଜଣଙ୍କଲୁ ଗିରଫ କରାଯାଇଛି। ଶ୍ୟାମଗୁଡ଼ିଆ ଗ୍ରାମର ଭାବଗ୍ରାହୀ ସାହୁ(୨୭)ଙ୍କ ଠାରୁ ୪୧ ଲିଟର ବିଦେଶୀ ମଦ, ବୟନଗର ଗ୍ରାମର ପ୍ରଭାତ କୁମାର ସେଠୀ(୪୪)ଙ୍କ ଠାରୁ ୧୨୦ ଲିଟର ଦେଶୀ ମଦ, କେଉଟ ଖଣ୍ଡିଆ ଗ୍ରାମର ସନ୍ତୋଷ ସେଠୀ(୪୦) ଙ୍କ ଠାରୁ ୩୧ ଲିଟର ଦେଶୀ ମଦ, କଷୋଟି ଗ୍ରାମର ଅଲେଖ ମଳିକ(୨୯)ଙ୍କ ଠାରୁ ୩୫ ଲିଟର ବିଦେଶୀ ମଦ, ତିଲଙ୍ଗ ଗ୍ରାମର ରମେଶ ଚନ୍ଦ୍ର ମଳିକ(୭୩)ଙ୍କ ଠାରୁ ୩୯ ଲିଟର ବିଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୨୬୬ ଲିଟର ଦେଶୀ ଓ ବିଦେଶୀ ଚୋରା ମଦ ଜବତ କରାଯାଇ ୫ ଜଣଙ୍କୁ ଗିରଫ କରାଯାଇ ଓକୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ସୁଶ୍ରୀ ଋତୁପ୍ରଭା ସ୍ୱାଇଁ, ସହକାରୀ ଉପନିରିକ୍ଷକ ସୁନୀଲ କୁମାର ମିଶ୍ର ଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


