ମଦ ଦୋକାନ ସମ୍ମୁଖରେ ମଦୁଆଙ୍କ ଉତ୍ପାତ : ଚୁପ ବସିଛି ପୁଲିସ ଓ ଅବକାରୀ ବିଭାଗ
କାକଟପୁର /ଅସ୍ତରଙ୍ଗ :-ରାତି ବଢିଲେ ତାତି ବଢୁଛି। ତ୍ରିଭୁଜାକୃତି ମଦ ଦୋକାନସାମ୍ନାରେ ସନ୍ଧ୍ୟା ହେଲେ ଭିଡ଼ ଜମୁଛି।ପୁରୀ ଜିଲ୍ଲା ଅସ୍ତରଙ୍ଗ ମୁଖ୍ୟ ରାସ୍ତା ପାର୍ଶ୍ୱରେ ସନ୍ଧ୍ୟା ହେଲେ ଜମୁଛି ମଦୁଆଙ୍କ ଆସର। ମଦ ଓ ଚାଖଣା ଧରି ଉତ୍ପାତ କରୁଛନ୍ତି ମଦୁଆ। ଅସ୍ତରଙ୍ଗ ମୁଖ୍ୟ ବଜାର ପ୍ରବେଶ ପଥରେ ତ୍ରିଭୁଜାକୃତି ମଦ ଦୋକାନ ପାଇଁ ସନ୍ଧ୍ୟା ହେଲେ ମୁଖ୍ୟ ରାସ୍ତା ସମେତ ଆଖପାଖରେ ଥିବା ଫାଷ୍ଟ ଫୁଡ ଦୋକାନରେ ମଦୁଆ ଙ୍କ ଆଡ୍ଡା ଜମୁଛି, ଯାହାକି କିଛି ବର୍ଷ ପୂର୍ବେ ମଦ୍ୟପ ଙ୍କ ଗଣ୍ଡଗୋଳ ରେ ଜଣେ ଫାଷ୍ଟଫୁଡ ଦୋକାନୀ ଙ୍କ ମୃତ୍ୟୁ ହୋଇଥିବା ନଜିର ରହିଛି। ଅବକାରୀ ବିଭାଗ ଓ ପୁଲିସ ସବୁ ଜାଣି ଚୁପ ବସିଛି। ସୂଚନାରୁ ପ୍ରକାଶ, ଅସ୍ତରଙ୍ଗ ରୁ କାକଟପୁର ମୁଖ୍ୟ ରାସ୍ତା ହେଉଛି ଜନଗହଳି ପୂର୍ଣ୍ଣ। ଏହି ରାସ୍ତା ପାର୍ଶ୍ୱରେ ତ୍ରିଭୁଜାକୃତି ମଦ ଦୋକାନ ଥିବା ବେଳେ ଜନବସତି ସହିତ ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଓ ମନ୍ଦିର ରହିଛି। ଏହା ସତ୍ବେ ରାସ୍ତା ପାର୍ଶ୍ୱରେ ୩ ଟି ସରକାରୀ ମଦ ଦୋକାନ ସହିତ କିଛି ମାତ୍ରାରେ ବେଆଇନି ଚୋରା ମଦ ଦୋକାନ ରହିଛି। କିନ୍ତୁ ନିୟମ କୁ ଖୁଲମ୍ ଖୁଲ୍ଲା ଉଲ୍ଲଘନ କରୁଛନ୍ତି ମଦ ଦୋକାନୀ ମାଲିକ। ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହୁଥିବା ବେଳେ ଅସ୍ତରଙ୍ଗ ପୋଲିସ ସବୁ ଜାଣି ନିରବଦ୍ରଷ୍ଟା ପାଲଟିଛି। ଯାହା ଚର୍ଚ୍ଚା ହେଉଛି ପୋଲିସ ଓ ମଦ ବ୍ୟବସାୟୀ ଙ୍କ ମଧ୍ୟରେ କିଛି ବୁଝା ମଣା ହେଉଛି କି ଯାହା ଫଳରେ ସାଧାରଣ ଲୋକେ ସନ୍ଧ୍ୟା ହେଲେ ମଦ୍ୟପ ଙ୍କ ଦ୍ୱାରା ଅତିଷ୍ଠ ହେଉଛନ୍ତି। ରାତି ସାରା ମଦୁଆ ମାନେ ହାତରେ ବୋତଲ ଧରି ଉତ୍ପାତ କରୁଛନ୍ତି। ଆଉ ମଦ ବୋତଲ କୁ ରାସ୍ତାରେ ଭାଙ୍ଗି ଦେଉଛନ୍ତି। ସେହି କାଚକୁ ମାଡି ପଥଚାରି ମାନେ ରକ୍ତାକ୍ତ ହେଉଛନ୍ତି। ମଧ୍ୟାହ୍ନ ସମୟରେ ନିଶାଡୀ ରାସ୍ତା ବୁଲୁଥିବା ନଜିର ରହିଥିବା ବେଳେ ଏଥିରେ ବେଶୀ ଅସୁବିଧା ହେଉଛନ୍ତି ମହିଳା ଓ ସ୍କୁଲ କଲେଜ ଛାତ୍ର, ଛାତ୍ରୀ। ସେମାନେ ଏହି ରାସ୍ତାରେ ଯିବା ପାଇଁ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଲୋକଙ୍କ କହିବା କଥା ରାସ୍ତା ପାର୍ଶ୍ୱରେ ୩ ଟି ସରକାରୀ ମଦ ଦୋକାନ ଥିବା ବେଳେ ବିଳମ୍ବିତ ରାତି ପରେ କିମ୍ବା ସକାଳୁ ୧୦ରୁ ଉର୍ଦ୍ଧ ବେଆଇନି ଚୋରା ମଦ ଦୋକାନ ରହିଛି। ଏହା ସହ ଅସ୍ତରଙ୍ଗ ଥାନା ହେଉ କି କାକଟପୁର, ନୂଆଗଡ ଥାନା ଅଂଚଳରେ ଥିବା ଗାଁ ଗୁଡିକ ରେ ଥିବା ପାନ, ହୋଟେଲ, ତେଜରାତି ଦୋକାନ ରେ ମଦ ବିକ୍ରି ହେଉଛି। ଏ ସମ୍ପର୍କ ରେ ଅବକାରୀ ବିଭାଗ ପାଖରେ ଖବର ଥିଲେ ମଧ୍ୟ ନୂଆ ଅଧିକାରୀ ଆସିଥିବା ବେଳେ କୌଣସି ଆଖି ଦୃଶିୟା ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଯାହା ଫଳରେ ଦିନକୁ ଦିନ ଏହି ଅଂଚଳରେ ଆଇନି ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ସ୍ଥାନୀୟ ଲୋକେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଅସ୍ତରଙ୍ଗ ପୋଲିସ ସେମିତି କିଛି ଆଖି ଦୃଶିୟା କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ନୂଆ ଥାନା ଅଧିକାରୀ ଯୋଗଦେବା ପରେ କୌଣସି ଦିନ ପାଟ୍ରୋଲିଂ ହୋଇନାହିଁ କି ବଜାର ଭିଡ଼ ପାଇଁ ପଦକ୍ଷେପ ଗ୍ରହଣ କରିନାହାନ୍ତି, ଯାହା ପୂର୍ବରୁ ଥିଲା ସେମିତି,ଯାହାକି ପୋଲିସ ଉପରେ ସାଧାରଣ ଲୋକ ଙ୍କ ଆଶା ତୁଟିଲାଣି।ଏ ନେଇ ନିମାପଡା ଉପଖଣ୍ଡ ଅଧିକାରୀ କହିଛନ୍ତି ପାଟ୍ରୋଲିଂ କରାଯିବ ସେଥିପ୍ରତି ଯତ୍ନବାନ ହେବୁ। ଦରକାର ପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।


