ଲଗାତାର ବର୍ଷା ଯୋଗୁଁ ଡାଳିମ୍ବପୁର ଗ୍ରାମ ବ୍ରିଜ ନିକଟରେ ମାଟି ଅତଡ଼ା ଧସି ସୃଷ୍ଟି ହୋଇଛି ବିରାଟ ଗର୍ତ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗତ କିଛି ଦିନ ହେଲା ଗଜପତିରେ ଲଘୁଚାପଜନିତ ବର୍ଷା ଯୋଗୁଁ ଜିଲ୍ଲାରେ ଅନେକ କିଛି କ୍ଷୟକ୍ଷତି ଘଟିଛି.ଏହି ଲଗାତାର ବର୍ଷା ଯୋଗୁଁ ଗୋଷାଣି ବ୍ଲକ୍‌ର ଡାଳିମ୍ବପୁର ଗ୍ରାମର ବ୍ରିଜ୍ ନିକଟରେ ମାଟି ଅତଡ଼ା ଧସି ପଡି ଘାଇ ସୃଷ୍ଟି ହୋଇଛି. ଯଦ୍ଵାରାକି ବ୍ରିଜ୍ ନିକଟରେ ଏକ ବିରାଟ ଗର୍ତ୍ତ  ସୃଷ୍ଟି ହୋଇ ବ୍ରିଜ ପ୍ରତି ବିପଦ ଦେଖାଦେଇଛି. ଏଥିସହ ନିକଟସ୍ଥ ଚାଷ ଜମିରେ ବର୍ଷା ଜଳ ମାଡ଼ି ଯାଇଥିବା ବେଳେ ବଡ଼ ବଡ଼ ଗଛ ଉପୁଡ଼ି ନଷ୍ଟ ହୋଇଛି। ଗମନାଗମନ ପାଇଁ ବିପଦପୂର୍ଣ୍ଣ ହୋଇଥିବାରୁ ବାଉଁଶରେ ବେରିକେଟ୍ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ