ନିଷ୍କାସନ ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ଜମି ରହୁଛି ପାଣି
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ମଙ୍ଗୁଲି ଗ୍ରାମର ପୁରୁଣା ଶିବ ମନ୍ଦିର ଛକ ଠାରୁ ଆର.ଡି ରାସ୍ତା ପର୍ଯ୍ୟନ୍ତ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ସବୁବେଳେ ପାଣି ଜମି ରହୁଛି । ଫଳରେ ଲୋକ ମାନେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୁନି କୁନି ପିଲା ମାନେ ଅଙ୍ଗନୱାଡି ଯାଇ ପାରୁନଥିବା ବେଳେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯାଇ ପାରୁନାହାନ୍ତି । ଜରୁରୀ କାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସଟିଏ ଗ୍ରାମ ମଧ୍ୟକୁ ଆସି ପାରୁନାହିଁ । ରାସ୍ତା ଉପରେ ପାଣି ଜମି ରହିବା ଫଳରେ ଗ୍ରାମରେ ନାନାଦି ପ୍ରକାର ରୋଗ ମଧ୍ୟ ସୃଷ୍ଟି ହେଉଛି । ଏହି ସମସ୍ୟା ପ୍ରତି ଦୃଷ୍ଟି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସମାଜସେବୀ ପ୍ରଫୁଲ୍ଲ ରାଉତ, ନାରାୟଣ ଦାଶ, କୈଳାସ ରାଉତ, ନୃସିଂହ ନାଥ, ସୁବ୍ରତ ରାଉତ, ନିରୁପମା ରାଉତ, ରୀତାଞ୍ଜଳୀ ରାଉତ, କନକ ରାଉତ, ସ୍ୱର୍ଣ୍ଣଲତା ରାଉତ, ସେବତୀ ନାଥଙ୍କ ସମେତ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।