ହାତୀ ଆକ୍ରମଣରେ ଆହତ ଡଙ୍ଗରିଆଙ୍କ ଜୀବନଗଲା
କଲ୍ୟାଣସିଂହପୁର (ଓ୍ବାଇଏନଏସ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ଼ ଅନ୍ତର୍ଗତ ପାର୍ଶାଲି ପଞ୍ଚାୟତ ବୁଡୁଣି ଗାଁରେ ହାତୀ ଆକ୍ରମଣର ଶିକାର ୨୮ ଦିନପରେ ମୃତ୍ୟୁ ହୋଇଛି। ଗତ ୩. ୧୨. ୨୫ ତାରିଖରେ ହାତୀ ଆକ୍ରମଣ କରିଥିଲା। ପରେ ଡଙ୍ଗରିଆଙ୍କ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ସେ ହେଲେ ବୁଡୁଣି ଗାଁର ବାଲା ଶିକକା (୪୫)। ଗତ ୩ ତାରିଖ ସକାଳେ ଯାଉଥିବା ବେଳେ ବାଲାଙ୍କୁ ହାତୀ ଆକ୍ରମଣ କରିଥିଲା । ବାଲାକୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ଵା। ସ୍ଥ୍ୟ କେ ନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ପରେ ଜିଲାଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଜିଲା ଚିକିତ୍ସାଳୟରେ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲku ଚିକିତ୍ସା ପାଇଁ ପଠା ଯାଇଥିଲା।ବନାଞ୍ଚ ଞ୍ଚଳ ଦିଆଯାଇଥିଲା ଅଧିକାରୀ ପହଞ୍ଚି ବାଲାଙ୍କ ସ୍ବାସ୍ଥ୍ୟ ଅବସ୍ଥ ପଚାରବୁଝିଥିଲେ । ବ୍ରହ୍ମପୁରରେ ୨୮ ଦିନ ଚିକିତ୍ସାଧୀନ ପରେ ତାଙ୍କର ଜୀବନ ଚାଲି ଯାଇଛି। ବିଭାଗ ପକ୍ଷରୁ କୌଣସି ଚିକିତ୍ସା ସହାୟତା ପ୍ରଦାନ କରାଯାଇ ନଥୁବା ପରିବାର ଲୋକେ ଅସନ୍ତୋଷ କରିଛନ୍ତି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।ମୃତ୍ୟୁ ରିପୋର୍ଟ ପ୍ରଦାନ କଲେ ସରକାରଙ୍କ ପକ୍ଷରୁ ଅନୁକମ୍ପାମୂଳକ ସହାୟତା ମିଳିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।


