ନୂତନ ଥାନାଅଧିକାରୀ ଭାବେ ଯୋଗଦେବେ ଦୁର୍ଗା ମହାପାତ୍ର

କାକଟପୁର /ଅସ୍ତରଙ୍ଗ:(ଶୁଭାଶିଷ ଖଣ୍ଡୁଆଳ) :-୧୯/୦୮:-ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାରେ ଥାନାଅଧିକାରୀ ଭାବେ ଯୋଗଦେବେ ଦୁର୍ଗା ଚରଣ ମହାପାତ୍ର। ଖବର ମୁତାବକ ଗତ ଶୁକ୍ରବାର ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାରେ କାର୍ଯ୍ୟରତ ଥିବା ଥାନାଅଧିକାରୀ ରାଜେଶ ବଳିୟାର ସିଂ ପଦ ପଦବୀର ଅପବ୍ୟବହାର ପାଈଁ ଡିଜିପି ୱାଇ. ବି. ଖୁରାନିଆ ତାଙ୍କୁ ନିଲମ୍ବନ କରିଥିଲେ। ଯାହା ଫଳରେ କି ଅସ୍ତରଙ୍ଗ ଥାନାରେ ଥାନାଅଧିକାରୀ ପଦବୀ ଖାଲି ପଡ଼ିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୌଗୋଳିକ ସ୍ଥିତି ଓ ଅପରାଧିକ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ପୁରୀ ଏସ୍ପି ଙ୍କ ଚିଠି ନମ୍ବର ୨୭୫୩/ଆର. ଓ ରେ ଅର୍ଡର ନମ୍ବର ୨୩୭୦ରେ ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟ ଥିବା ଇନିସ୍ପେକ୍ଟର ଦୁର୍ଗା ଚରଣ ମହାପାତ୍ର ଙ୍କୁ ଅସ୍ତରଙ୍ଗ ଥାନା ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହା ସହ ପରବର୍ତ୍ତୀ ଅର୍ଡର ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଅସ୍ତରଙ୍ଗ ଥାନାର ଦାୟିତ୍ୱରେ ରହିବେ ବୋଲି ସୂଚନା ମିଳିଛି। ଯାହା ପ୍ରାପ୍ତ ସୂଚନା ମିଳିଛି ଖୁବ ଶୀଘ୍ର ଥାନାରେ ଯୋଗ ଦେବେ ନୂତନ ଥାନା ଅଧିକାରୀ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ