ବାଲେଶ୍ୱର କଲେକ୍ଟରେଟରେ ଦୁର୍ଗାପୂଜା ସମନ୍ୱୟ ବୈଠକ

ବାଲେଶ୍ବର(ସରୋଜ ପଣ୍ଡା): ଜିଲ୍ଲାପାଳ, ବାଲେଶ୍ୱର ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଙ୍କ ଅଧ୍ୟକ୍ଷତାରେ ଆଜି ଦୁର୍ଗାପୂଜାକୁ ସୁଚାରୁ ଓ ସୁରକ୍ଷିତ ଭାବରେ ପାଳନ ପାଇଁ ସମନ୍ୱୟ ବୈଠକ ଆୟୋଜିତ ହେଲା । ଏଥିରେ ବାଲେଶ୍ୱର ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର  ଉଭୟ ଅତିରିକ୍ତ ଜିଲ୍ଲାପାଳ  ,ଉଭୟ ଉପଜିଲ୍ଲାପାଳ  , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ  ଉପସ୍ଥିତ ଥିଲେ । ବୈଠକରେ ପୋଲିସ୍‌, ମ୍ୟାଜିଷ୍ଟ୍ରେଟ୍‌ ଓ ସମସ୍ତ ଲାଇନ୍‌ ବିଭାଗମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ  ଗୁରୁତ୍ୱ ଦିଆଗଲା । ଅଧିକ ଭିଡ଼ ହେଉଥିବା   ସ୍ଥାନଗୁଡ଼ିକ — ଯଥା ସିନେମା ଛ୍ଚକ  ଇତ୍ୟାଦିରେ ଭାରି ବ୍ୟାରିକେଡିଂ କରିବାକୁ ନିଷ୍ପତ୍ତି ହେଲା । ରାବଣପୋଡି  ଓ ଭସାଣି ସମୟରେ ବ୍ୟବହୃତ ବିକଳ୍ପ ରୁଟ୍‌କୁ ସୁଚାରୁ ରୂପେ ମରାମତି, ଯାତାୟାତ ଓ ପାର୍କିଂ ବ୍ୟବସ୍ଥାକୁ ଯଥାପୂର୍ବକ ପାଳନ କରିବାକୁ ଆଦେଶ ଦିଆଗଲା । ଅଷ୍ଟମୀ ଓ ଦଶହରାରେ ମଦ ଦୋକାନ ବନ୍ଦ ରଖିବାକୁ ଓ ସାଧାରଣ ଭାବେ  ପୋଲିସ୍‌ ଓ ଅବକାରୀ ବିଭାଗର ଯୁକ୍ତ  ପ୍ରବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଗଲା । ପୂର୍ତ୍ତ ବିଭାଗ ଓ ମ୍ୟୁନିସିପାଲଟି କୁ ରାସ୍ତା ଓ ନର୍ଦ୍ଦମା  ଭଲ ଭାବରେ ତଦାରଖ କରିବାକୁ କୁହାଗଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ପୌରପାଳିକା  କାର୍ଯ୍ୟନିର୍ବାହୀ ଅଧିକାରୀ  ଖାଦ୍ୟ ଗୁଣସ୍ତର ଯାଞ୍ଚ କରିବାକୁ, ପି ଏଚ୍ ଡି କୁ ପାଣି ଟ୍ୟାଙ୍କର ପ୍ରସ୍ତୁତ ରଖିବାକୁ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଭାରି ଯାନବାହନ ନିୟନ୍ତ୍ରଣ ସହିତ ଜରୁରୀକାଳୀନ ଯାନବାହନ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଗଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସମସ୍ତଙ୍କୁ  ସମନ୍ୱୟ ରଖି  କିପରି  ନିରାପଦ ଓ ଶାନ୍ତିପୂର୍ଣ୍ଣ ଭାବେ ଦୁର୍ଗ ପୂଜା ପାଳନ  ହେବ ସେ ସମ୍ପର୍କରେ ଆହ୍ବାନ ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ