ଅଲଣାହାଟରେ ବାସନ୍ତୀକ ଦୁର୍ଗାପୂଜା
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟରେ ବାସନ୍ତୀକ ଦୁର୍ଗାପୂଜା ବହୁ ଆଡମ୍ବରରେ ପାଳିତ ହେଉଛି | ଏହାକୁ ଅଲଣାହାଟ ପୂଜା କମିଟି ଓ ବ୍ୟବସାୟୀମାନଙ୍କ ମିଳିତ ସହଯୋଗରେ ଚୈତ୍ର ମାସ ଷଷ୍ଠି ଠାରୁ ଆରମ୍ଭ ହୋଇ ଦଶମୀ ତିଥିରେ ଶେଷ ହୋଇଥାଏ | ଏହି ପୂଜା ବିଶେଷ କରି ବ୍ୟବସାୟୀମାନେ କରିଥାନ୍ତି | ବିଶ୍ୱାସ ରହିଛି ବାସନ୍ତୀକ ଦୁର୍ଗା ହେଉଛନ୍ତି ମା’ଲକ୍ଷ୍ମୀ | ତାଙ୍କୁ ପୂଜା କଲେ ବ୍ୟବସାୟ ଭଲ ହୁଏ ଧନ ଧାନ୍ୟର ଅଭାବ ରହେନାହିଁ | ତେଣୁ ଏହି ପୂଜାକୁ ବହୁ ଉତ୍ସାହର ସହକାରେ ୫ ଦିନ ଧରି ଦିନରେ ବିଭିନ୍ନ ପୂଜା ସହିତ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି ବୋଲି କର୍ତ୍ତା ଅଭୁଦୟ ସାହୁ ପ୍ରକାଶ କରିଛନ୍ତି | ଏହି ପୂଜା ଆଜିକୁ ୫୧ ବର୍ଷ ପୂର୍ବେ ରତ୍ନାକର ସାହୁ , ବସନ୍ତ ସାହୁ, ରାମ ସାହୁ , ପରମାନନ୍ଦ ସାହୁ,ହରେକୃଷ୍ଣ ଲେଙ୍କାଙ୍କ ଉଦ୍ୟମରେ ଗଢି ଉଠିଥିଲା | ବର୍ତମାନ ଅଭୁଦୟ ସାହୁ ସେହି ଦାୟିତ୍ୱ କୁ ସୁଚାରୁ ରୂପେ ତୁଲାଉଛନ୍ତି | ଏହି ପୂଜାକୁ ଦେଖିବା ପାଇଁ ଆଖପାଖରୁ ବହୁ ଶ୍ରଦ୍ଧାଳୁଙ୍କର ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି | ଏହାକୁ ଅଲଣାହାଟ ବ୍ୟବସାୟୀ ଅଭୁଦୟ ସାହୁଙ୍କ ନେତୃତ୍ୱରେ ରମେଶ ମହାନ୍ତି ,ସରୋଜ ସାହୁ, ଅରୁଣ କୁମାର ପରିଡା , ଅଜୟ ଦାସ, ଗନ୍ଧର୍ବ ଓଝା , ବାବୁରାମ ସାହୁ , ନିରାକାର ବାରିକ, ସନ୍ତୋଷ ସାହୁ, ଖତୁ ଦାସ, ଟୁକୁନା ଦାସ ପ୍ରମୁଖ ଏହି ମହତ କାର୍ଯ୍ୟରେ ସହଯୋଗ କରୁଛନ୍ତି |


