ଓକିଲ ସଂଘ କାର୍ଯ୍ୟାଳୟରେ ଇ-ଲାଇବ୍ରେରୀ କେନ୍ଦ୍ର ଉଦ୍ଘାଟିତ
ଛତ୍ରପୁର, (ଓ୍ବାଇଏନଏସ) : ଛତ୍ରପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଇ-ଲାଇବ୍ରେରୀ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା ଜଜ୍ ଆଶାନ୍ତ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇ-ଲାଇବ୍ରେରୀ କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି । ରାଜ୍ୟରେ ପ୍ରଥମ କରି ଛତ୍ରପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରା ଅନୁଦାନପ୍ରାପ୍ତରେ ଏହି ଇ-ଲାଇବ୍ରେରୀ କେନ୍ଦ୍ର ଖୋଲାଯାଇଛି । ୧୯୩୬ ମସିହା ଠାରୁ ସମସ୍ତ ପ୍ରକାର କୋର୍ଟ ମକଦ୍ଦମା ସୂଚନା ଏହି ଇ-ଲାଇବ୍ରେରୀରେ ଉପଲବ୍ଧ ରହିଛି । ଆଜି ଇ-ଲାଇବ୍ରେରୀ କେନ୍ଦ୍ର ଉଦ୍ଘାଟନ ପରେ ଏଆଇଆର ୨୦୨୩ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନାମର ଏସ୍ସି-୧୧୧୫ ଏକ ସୂଚନା କମ୍ପ୍ୟୁଟର ମାଧ୍ୟମରେ ପ୍ରିଂଟ ବାହାର କରି ଜିଲ୍ଲା ଜଜ୍ଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଦୀପ କୁମାର ସାମଲ, ସବଜଜ୍ ପୂଜା ଦେ, ଏସ୍ଡିଜେଏମ୍ ପ୍ରତିଶ କୁମାର ରଥ, ଜେଏମ୍ଏଫସି ସ୍ଵାଗତିକା ସ୍ୱାଇଁ, ବ୍ରହ୍ମପୁର କୋର୍ଟର ରେଜିଷ୍ଟ୍ରାରର ସୌଦାମିନୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଛତ୍ରପୁର ଓକିଲ ସଂଘର ପ୍ରାକ୍ତନ ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଏକ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା । ଓକିଲ ସଂଘର ସଂପାଦକ ଏସ୍.ଶ୍ୟାମ କୁମାର ରାଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ସହ ଉପଢ଼ୌକନ ପ୍ରଦାନ କରାଯାଇଥିଲା ଏହି ଅବସର ରେ ଆସିଷ୍ଟାଣ୍ଟ ସେକ୍ରେଟାରୀ କେଶବ ରେଡ୍ଡୀ, ଆଇନଜୀବୀ ପଦ୍ମ ଚରଣ ସାହୁ,ମନୋଜ କୁମାର ପାଢ଼ୀ, ଦେବେନ୍ଦ୍ର ମିଶ୍ର, କୈଳାଶ ପଲାଇ, ଡି. ଆଦିନାରାୟଣ ରେଡ୍ଡୀ, ଏଲ. ଗୋପାଲ ରାଓ, ପି. ଧର୍ମା ରେଡ୍ଡୀ, ନରସିଂହ ପାଢ଼ୀ, ଦିଲ୍ଲୀପ କୁମାର ପଟ୍ଟନାୟକ, ଭୈରବୀ କୁମାର ପଟ୍ଟନାୟକ, ସୂର୍ଯ୍ୟନାରାୟ ରେଡ୍ଡୀ, ସମୀର କୁମାର ପାଣିଗ୍ରାହୀ, ଡ଼ଃ ପ୍ରଶାନ୍ତ କୁମାର ଶତପଥି, ସନ୍ତୋଷ କୁମାର ସାହୁ, ମନୋଜ କୁମାର ବେହେରା, ଡ଼ମିନାଥ ସାହୁ, ନିତ୍ୟାନନ୍ଦ ମୁଦୁଲି, ସଂଜୟ କୁମାର ବେହେରା, ସୁରେଶ ପଟ୍ଟନାୟକ ଙ୍କ ସମେତ ବହୁ ଆଇନଜୀବି ମାନେ ଉପସ୍ଥିତ ଥିଲେ l ଇ – ଲାଇବ୍ରେରୀ ବ୍ୟବସ୍ଥା ଯୋଗୁଁ ଓକିଲ ମାନେ ବହୁ ସୁବିଧା ନେଇ ପାରିବେ ବୋଲି ସୂଚନା ମିଳିଛି l


