ଶୈଶବାବସ୍ଥା ବାଳିକା ଶିକ୍ଷା ଆଲୋଚନା ଚକ୍ର
ବୁଗୁଡ଼ା,(ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଭାମଶ୍ୟାଳି ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ, ସମଗ୍ର ଶିକ୍ଷା ଅଭିଯାନର ସହଯୋଗରେ ଜୁଲାଇ ୨୮ ତାରିଖ ଦିନ ଶୈଶବାବସ୍ଥା ବାଳିକା ଶିକ୍ଷା ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପଦାରବିନ୍ଦ ଷଡ଼ଙ୍ଗୀ ଓ ଡାକ୍ତର ଚିନ୍ମୟୀ ସାମନ୍ତରା ପ୍ରଶିକ୍ଷକ ଭାବେ ଯୋଗଦାନ କରିଥିବା ବେଳେ ଉଭୟ ଡାକ୍ତରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। କିଶୋରୀ ବାଳିକାଙ୍କ ବୌଦ୍ଧିକ, ମାନସିକ ଓ ଶାରିରୀକ ଶିକ୍ଷାର ବିକାଶ ଉପରେ ଗୁରୁତ୍ବ ଦେବା ସହ ସୁସ୍ଥ ସମାଜ ଗଠନରେ କିଶୋରୀଙ୍କ ଅବଦାନ ଉପରେ ଆଲୋଚନା କରାଯାଇଥିଲା। ଉକ୍ତ କାର୍ଯକ୍ରମରେ ଶତାଧିକ କିଶୋରୀ ବାଳିକା ଯୋଗଦେଇଥିଲେ। ଏହି ଆଲୋଚନା ଚକ୍ରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜି. ନାଗେଶ୍ଵର ରାଓ ଅଧ୍ୟକ୍ଷତା କରିଥିବା ବେଳେ ସହକାରୀ ଶିକ୍ଷକ ପିତବାସ ସାହୁ ସ୍ବାଗତ ଭାଷଣ ସହ କାର୍ଯକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଉକ୍ତ ଆଲୋଚନା ଚକ୍ରକୁ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ପ୍ରଧାନ, ଶିକ୍ଷକ ସୁଜିତ୍ କହଁର ଓ କ୍ରୀଡା ଶିକ୍ଷକ ଲକ୍ଷ୍ମଣ କୁମାର ବେହେରା ପରିଚାଳନା କରିଥିଲେ। ଶେଷରେ ସୁବଳ କହଁର ଧନ୍ୟବାଦ ଅର୍ପଣ କରିଥିଲେ।