ଶିକ୍ଷାବିତ ଚିତ୍ତ ରଞ୍ଜନ ରାଉତଙ୍କ ପରଲୋକ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସୋ ସୋ ପଞ୍ଚାୟତ ନିଉଦାନୀ ଗ୍ରାମର ବିଶିଷ୍ଟ ଶିକ୍ଷାବିତ ଚିତ୍ତ ରଞ୍ଜନ ରାଉତଙ୍କ ୮୪ ବର୍ଷ ବୟସରେ ପରଲୋକ ଘଟିଛି। ସେ କିଛିଦିନ ହେଲା ଅସୁସ୍ଥ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିଚିତ ହେଉଥିବା ବେଳେ ଗତ ଶନିବାର ବିଳମ୍ବିତ ରାତିରେ ତାଙ୍କର ପରଲୋଜ ହୋଇଯାଇଥିଲା। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ ଗୋପାଳ କୃଷ୍ଣ ରାଉତ, ସୁରେନ୍ଦ୍ର ରାଉତ, ପ୍ରଶାନ୍ତ ରାଉତ, ଆଶିଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସେ ଜଣେ ଉଦାରଚିତ,ଅମାୟିକ ବ୍ୟକ୍ତି ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପରଲୋଜ ଖବର ପାଇ ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ, କଂଗ୍ରେସର ଜିଲ୍ଲା ସମ୍ପାଦକ ବିକାଶ ବଳ, ବସନ୍ତ ଦାସ, ବିପିନି ବଳ, ରଞ୍ଜନ ରାଉତ, ରାଜେନ୍ଦ୍ର ସିଂ, ନାରାୟଣ ରାଉତ, ରବୀନ୍ଦ୍ର ରାଉତ, ଅଜୟ ରାଉତ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମର ଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ସଳନ୍ଦୀ ନଦୀ କୂଳରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ପୁଅ ଗୋପାଳ କୃଷ୍ଣ ମୁଖାଗ୍ନି ଦେଇଥିବା ବେଳେ ଅନେକ ଗ୍ରାମବାସୀ ଓ ବନ୍ଧୁ ପରିଜନ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ।


