ଆଇଡିଆଲ କ୍ଳବ ପକ୍ଷରୁ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ୍  ଅଁରା ଗ୍ରାମରେ ଜି.ଏନ୍. ଆଇଡିଆଲ କ୍ଳବ୍ ପକ୍ଷରୁ ସାମାଜିକ ପରିବର୍ତ୍ତନ ପାଇଁ ଶିକ୍ଷାର ସଚେତନତା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି-ମନୋଜ କୁମାର ମଲ୍ଲିକ ଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ – ବିଜୟ ଦାସ, ଉପସଭାପତି – ସୁଯ୍ୟମଣୀ ଯେନା, ସହ ସଂମ୍ପାଦକ- ଶ୍ରୀକାନ୍ତ ଯେନା, କୋଷାଧ୍ୟକ୍ଷ – ପ୍ରକାଶ ଦାସ ପ୍ରମୁଖ ଯୋଗଦେଇ ଶିକ୍ଷା ର ବିକାଶ ଘଟିଲେ ସମାଜ ର ବିକାଶ ଘଟିବ ବୋଲି ମତବ୍ୟକ୍ତ କରିବା ସହିତ ସମସ୍ତେ ଶିକ୍ଷା କୁ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ କ୍ଲବ ସଦସ୍ୟ ମାନେ ଫ୍ଲାକ କାର୍ଡ ଧରି ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିବା ସହିତ ସବୁ ଛୁଆ ମାନେ ନିୟମିତ ସ୍କୁଲ ଯିବାକୁ ସଚେତନ କରାଇ ଥିଲେ। ଏଥିରେ ଦେଵବ୍ରତ ଯେନା,ହିମାଂଶୁ ଯେନା, ଧନେଶ୍ୱର ମାଝୀ , ପ୍ରକାଶ ପଣ୍ଡା, ଜିତେନ୍ଦ୍ର ମଲ୍ଲିକ, ଶୁଭ ପଣ୍ଡା, ମାନସ ଜେନା, ପ୍ରଦୀପ କୁମାର ଯେନା, ମହେଶ୍ୱର ଖଣ୍ଡେଇ, ଅମୂଲ୍ୟ ଦାସ, ସାଗର ବେହେରା, ଶ୍ରୀଧର ନାୟକ, ପ୍ରଦୀପ ସେଠୀ, ସନ୍ତୋଶ ମାଝୀ, ସାରଙ୍ଗ ମାଝୀ, ଦୀନବନ୍ଧୁ ଯେନା, ଶ୍ରୀକାନ୍ତ  ଯେନା, ସରୋଜ ଯେନା, ପଙ୍କଜ ଯେନା, ବଳଭଦ୍ର ଯେନା  ଜଗନ୍ନାଥ ଯେନା, ଚନ୍ଦ୍ରକାନ୍ତ ଯେନା ପ୍ରମୁଖ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ