ହାଟଡିହି ବ୍ଲକ ରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ : ଅଭିଭାବକ ମହଲରେ ଅସନ୍ତୋଷ

ହାଟଡିହି (ଓ୍ବାଇଏନଏସ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଛି। ଶିକ୍ଷା ବିଭାଗର ସ୍ଥାନୀୟ ଅଧିକାରୀଙ୍କ ଉପଯୁକ୍ତ ତଦାରଖ ର ଅଭାବ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ କେତେକ ବିଦ୍ୟାଳୟରେ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇ ପଡିଛି।  କଳିଗାଁ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଶାଳକଣିଆଁ ସରକାରୀ ଉ.ପ୍ରା. ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ମନୋମୁଖୀ କାର୍ଯ୍ୟକୁ ନେଇ ଦେଖାଦେଇଛି ଅସନ୍ତୋଷ। ପ୍ରଧାନ ଶିକ୍ଷକ ନିଜ ଇଚ୍ଛାରେ ସ୍କୁଲ ଆସୁଥିବା ବେଳେ ନିଜ ଇଚ୍ଛାରେ ସ୍କୁଲ ଛାଡି ଚାଲି ଯାଆନ୍ତି। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ବି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଏବେ ବିଦ୍ୟାଳୟରେ ଅଚଳାବସ୍ଥା ଦେଖାଦେଇଛି। ଆଜି ପ୍ରଧାନ ଶିକ୍ଷକ ଜଣକ ସ୍କୁଲ ଆସି ନଥିବା ବେଳେ ପୁର୍ବରୁ ଛୁଟି ମଧ୍ଯ ନେଇ ନଥିଲେ। ତେଣୁ ଆଜି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ହୋଇ ପାରି ନ ଥିଲା। ଗ୍ୟାସ୍ ନଥିବାରୁ ପାଚିକା ଓ ସହାୟିକା ବସି ରହିଥିଲେ। ଅଭିଭାବକ ମାନେ ଏହା ଜାଣିବା ପରେ ଆସି ହୋ ହାଲ୍ଲା କରିବାରୁ ଜଣେ ଶିକ୍ଷକ ନିଜ ପକେଟରୁ ପଇସା ଦେଇ ଛୁଆ ମାନଙ୍କୁ ବିସ୍କୁଟ କିଣି ଦେଇଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ଗତ କିଛି ବର୍ଷ ହେଵ ନାନା ଅବ୍ୟବସ୍ଥା ଓ ନାନା ଅନିୟମିତତାରେ ସ୍କୁଲ ଟିକୁ ରଖିଛନ୍ତି।  ୩ବର୍ଷ ହେଲା ବିଦ୍ୟାଳୟକୁ ଆସୁଥିବା ଅନୁଦାନକୁ ଉପଯୁକ୍ତ ଭାବେ ଖର୍ଚ୍ଚ କରାଯାଇ ନଥିବା ନେଇ ଅଭିଯୋଗ ହୋଇଛି। ଏପରିକି ମଧ୍ୟାହ୍ନ ଭୋଜନ ଅନୁଦାନରେ ମଧ୍ଯ ଅନିୟମିତତା ହୋଇଥିବା ଓ ଦୀର୍ଘ ୬ମାସ ଧରି ଛାତ୍ରଛାତ୍ରୀମାନଙ୍କୁ  ଅଣ୍ଡା ଦିଆ ଯାଇ ନଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ।  ପ୍ରଧାନ ଶିକ୍ଷକ  ବିଦ୍ୟାଳୟର ପରିବେଶକୁ ଅସ୍ୱାସ୍ଥ୍ୟକର କରି ରଖିବା ସହିତ ସେଠାରେ ବଢ଼ି ଉଠୁଥିବା ଜଙ୍ଗଲ ଓ ବୃକ୍ଷଲତାକୁ କାଟି ସଫା କରାଉ ନଥିବା ନେଇ ଅଭିଯୋଗ ହୋଇଥଲା।  ଅନେକ ଅଭିଯୋଗ ହେବାପରେ ବ୍ଲକ ଶିକ୍ଷା ଅଧିକାରୀ ଏହାର ତଦନ୍ତ କରିଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ଅସହଯୋଗ କରିଥିଲେ । ଏପରିକି ବାରମ୍ବାର କହିବା ସତ୍ତ୍ୱେ ମଧ୍ଯ ତିନି ବର୍ଷର ମଧ୍ୟାହ୍ନ ଭୋଜନ ୟୁ.ସି. ଦାଖଲ କରିନାହାନ୍ତି । ଫଳରେ ବି.ଇ.ଓ.ଙ୍କ ଚିଠି ସଂଖ୍ୟା ୧୮୯୫, ଓ ତା୨୪.୦୬.୨୪ରିଖ, ନଂ.୧୯୮୭, ତାଠ୨.୦୭.୨୪ରିଖରେ ଦୁଇ ଦୁଇ ଥର ପ୍ରଧାନ ଶିକ୍ଷକ ମଣ୍ଟୁ ଦାସଙ୍କୁ କାରଣ ଦର୍ଶାଅ ନୋଟିସ କରା ଯାଇଥିଲା । କିନ୍ତୁ ପ୍ରଧାନ ଶିକ୍ଷକ କୌଣସି ଉତ୍ତର ନଦେବାରୁ  ବି.ଇ.ଓ. ହାଟଡିହିଙ୍କ ଚିଠି ସଂଖ୍ୟା ୩୦୮୭, ଜରିଆରେ ମଣ୍ଟୁ ଦାସଙ୍କର ଦରମା ବନ୍ଦ ହୋଇଥିଲା ।  ତା୧୫/୦୭/୨୪ରିଖରେ ମଣ୍ଟୁ ଦାସ ବି.ଇ.ଓ.ଙ୍କୁ ଲିଖିତ ଭାବେ ୧୫ ଦିନ ମଧ୍ୟରେ ସମସ୍ତ କାଗଜପତ୍ର ଦାଖଲ କରିବେ ବୋଲି ଜଣାଇଥିଲେ ବି ମାତ୍ର ସେ ଅଦ୍ୟାବଧି ତାହା ପ୍ରଦାନ କରିନାହାନ୍ତି । ବିଦ୍ୟାଳୟ ପରିଚାଳନା କମିଟି ର କିଛି ସଦସ୍ୟଙ୍କୁ ହାତ ବାରିଶି କରି  ସରକାରୀ ଅର୍ଥ ହେରଫେର କରି ଆତ୍ମସାତ କରିଛନ୍ତି । ଏଣୁ ଏହାର ସତ୍ୟାସତ୍ୟ ତଦନ୍ତ କରି ଦୋଷୀ ଶିକ୍ଷକଙ୍କ ବିରୁଦ୍ଧରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ନୂତନ ବିଦ୍ୟାଳୟ  ପରିଚାଳନା କମିଟି ଗଠନ କରିବାକୁ ଭାଗିରଥି ଜେନା, ବିଷ୍ଣୁ କର, ପ୍ରଦୀପ ରାଉତ, ଆଲୋକ ରାଉତ, କୃପାସିନ୍ଧୁ ସାମଲ, ନିତ୍ୟାନନ୍ଦ ପାତ୍ର, ପ୍ରମୋଦ ଜେନା, ହେମନ୍ତ କର, ଧୁଶାସନ ପାତ୍ର, ମହେଶ୍ୱର କର, ସତ୍ୟନାରାୟଣ କର, ପ୍ରଭାକର ସାମଲ, ନରେନ୍ଦ୍ର ନାୟକ, ଗଜେନ୍ଦ୍ର ନାୟକ, କେଶବ ପାତ୍ର ଙ୍କ ସମେତ ଶତାଧିକ ଗ୍ରାମବାସୀ ଏନେଇ ମୂଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଶିକ୍ଷା ସଚିବ, କେନ୍ଦୁଝର ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ। କିନ୍ତୁ ବ୍ଲକ ଶିକ୍ଷା ଅଧିକାରୀ ଏହାକୁ ଗୁରୁତ୍ଵ ଦେଇ ନଥିଲେ, କି ଆଜି ପର୍ଯ୍ୟନ୍ତ ଏହାର ତଦନ୍ତ କଲେନି। ଯାହାଦ୍ଵାରା ଅଧିକାଂଶ ସମୟ ପ୍ରଧାନ ଶିକ୍ଷକ ଅନୁପସ୍ଥିତି ରହୁଥିବା ଆଜି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବ୍ଲକ ସହଶିକ୍ଷା ଅଧିକାରୀ ପ୍ରମୋଦ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ  ବ୍ଲକ ଶିକ୍ଷା ଅଧିକାରୀ ଏହାର ତଦନ୍ତ କରିବେ ଓ ସେ ଯାହା ପଦକ୍ଷେପ ନେବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ