ହାଟଡିହି ବ୍ଲକରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ମନ ଇଛା ସ୍କୁଲ ଆସୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ
ହାଟଡିହି- ୬/୧୧ ହାଟଡିହି ବ୍ଲକରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି।ଶିକ୍ଷକ ଶିକ୍ଷୟତ୍ରୀ ମାନେ ମନ ଇଛା ସ୍କୁଲ ଆସୁଛନ୍ତି ଓ ଯାଉଛନ୍ତି। କିଏ ଦିନ ଦୁଇଟା ବେଳୁ ଛୁଟି କରି ଦେଉଛି ତ ଆଉ କିଏ ତିନିଟା ବେଳୁ ଚାବି ପକାଇ ପାର। ଏସବୁ ତଦାରଖର ଦାୟିତ୍ୱରେ ଥିବା କିଛି ସିଆର ସି ସି ମାନେ ସେମାନଙ୍କ କର୍ତ୍ତବ୍ୟ ସୁଚାରୁ ରୂପେ ପାଳନ କରୁ ନଥିବାରୁ ଦିନକୁ ଦିନ ଶିକ୍ଷା ବ୍ୟବସ୍ଥା ଭୁଶୁଡିବାରେ ଲାଗିଛି। ଆଜି ବଞ୍ଚୋ କ୍ଲଷ୍ଟର ଭାତକରୁଆ ସ୍କୁଲରେ ଦିନ ଦୁଇଟା ବେଳେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। କିନ୍ତୁ ଏ ବାବଦରେ କାହା ପାଖରେ ସୂଚନା ନଥିଲା। ଖବର ପାଇ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଜଣେ ଶିକ୍ଷକ ଉପସ୍ଥିତ ଥିବା ଦେଖିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଅନୁପସ୍ଥିତ ଥିବାବେଳେ ମଧ୍ୟାହ୍ନ ଭୋଜନ ପରେ ପରେ ଛୁଟି କରିଦିଆ ଯାଇଥିବା ଜାଣିବାକୁ ପାଇଥିଲେ। ଗତ କିଛିଦିନ ତଳେ କୁଆଡ଼ ପ୍ରାଥମିକ ବିଦ୍ୟାଳୟରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଜିର ଘଟଣା ଶିକ୍ଷା ବିଭାଗର ପାରିବା ପଣିଆ କୁ ପଦାରେ ପକାଇଛି। ସେହିପରି ସିଆରସିସି ମଧ୍ୟ ଏ ସମ୍ପର୍କରେ ଜାଣି ନଥିବା ବେଳେ ସେ ଆଜି ଅନୁପସ୍ଥିତ ରହିଥିବା ଜଣା ଯାଇଛି। ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜୀବ ଦଳେଇ ଙ୍କୁ ପଚାରିବାରୁ ସେ ଏହାର କୈଫିୟତ ମାଗିବେ ବୋଲି କହିଛନ୍ତି।


