ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ବିଦ୍ୟାର୍ଥୀଙ୍କ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) : ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଜିଲ୍ଲା ସମଗ୍ର ଶିକ୍ଷା ଓ ଜିଲ୍ଲା ଶିକ୍ଷାବିଭାଗର ପରାମର୍ଶକ୍ରମେ ସ୍ଥାନୀୟ ପିଏମ୍‍ଶ୍ରୀ ହରିହର ହାଇସ୍କୁଲରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ ଥିବା ଶତାଧିକ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ ବାବନପୁର ସ୍ଥିତ ମେଗା ନର୍ସରୀ ସମେତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିଚରଣ କରୁଥିବା ବିଶ୍ୱବିରଳ କୃଷ୍ଣସାର ମୃଗଙ୍କ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି । ଷଷ୍ଠରୁ ଅଷ୍ଟମ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ କେବଳ ପୁସ୍ତକ ଜ୍ଞାନ ନୁହେଁ ବରଂ ବ୍ୟବହାରିକ ଜ୍ଞାନ ଯୋଗାଇଦେବା ସହ ପାଠପଢାକୁ ଅଧିକ ରୁଚିକର କରିବା ଓ ଛାତ୍ରଛାତ୍ରୀଙ୍କ ମାନସିକ ଚାପ ହ୍ରାସ କରିବା ସହିତ ସେମାନଙ୍କର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟରେ ବହି ବ୍ୟାଗ୍‍ବିହୀନ ଶିକ୍ଷା ଦିବସ ଅବସରରେ ଜାତୀୟ ଶିକ୍ଷାନୀତି-୨୦୨୦ ର ଏକ ଅଂଶବିଶେଷ ଥିବା ଏହି କାର୍ଯ୍ୟକ୍ରମ ବର୍ଷକୁ ୧୦ ଦିନ କରାଯାଉଥିଲା ବେଳେ ଛାତ୍ରଛାତ୍ରୀମାନେ କଳା, କାରିଗର, ବୃତ୍ତିଗତ ଶିକ୍ଷା ସହ ବାହ୍ୟ ପରିଦର୍ଶନ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବାର ଯୋଜନା କରାଯାଇଥିବା ଜଣାପଡିଛି । ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲର ପ୍ରଧାନଶିକ୍ଷକ ରାମକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ନାୟକ, ରଜନୀରାଣୀ ଦାଶ, ମମତା ଭଂଜ, ବଟକୃଷ୍ଣ ଗୌଡ, ଅନିଲ୍‍ ବେହେରାଙ୍କ ସମେତ ଶିକ୍ଷାନୁଷ୍ଠାନର ବହୁ ଶିକ୍ଷକ ଶକ୍ଷୟିତ୍ରୀ ବହି ବ୍ୟାଗ୍‍ ବିହୀନ ଶିକ୍ଷାଦିବସ ଅବସରରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ ଶତାଧିକ ଛାତ୍ରଛାତ୍ରୀଙ୍କୁ ଧରି ଶୃଙ୍ଖଳିତ ଭାବେ ଶୈକ୍ଷିକ ପରିଭ୍ରମଣରେ ଯାଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନସ୍ଥ ଆସିକା ବନବିଭାଗର ବାବନପୁର ଗ୍ରାମ ସ୍ଥିତ ମେଗା ନର୍ସରୀକୁ ପରିଦର୍ଶନ କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିଚରଣ କରୁଥିବା ବିଶ୍ୱବିରଳ କୃଷ୍ଣସାର ମୃଗଙ୍କୁ ଦେଖି ବେଶ୍‍ ଖୁସି ପ୍ରକଟ କରିଥିବା ପରିଲକ୍ଷିତ ହୋଇଥିଲା । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାବିଭାଗ ପକ୍ଷରୁ ଆୟୋଜନ କରାଯାଇଥିବା ଏହି ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମକୁ ସଚେତନ ନାଗରିକ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ