ଆସିକା ଶିକ୍ଷାବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ପରିଦର୍ଶନ କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଏବଂ ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶ ସାଙ୍ଗକୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଭଂଜ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଓ ମାର୍ଗଦର୍ଶନରେ ହରିଡାପଦର, ନିମିନା, କେନ୍ଦୁପଦର, ବାଲିସିରା, ଆସିକା ଏନ୍‍ଏସିି, ଖାରିଆ, ବାବନପୁର, ଗଙ୍ଗାପୁର, କେ.ନୁଆଁପଲ୍ଲୀ, ବଡଖୋଲି, ଭେଟନଇ, ନଳବଣ୍ଟା, କାଳଷଣ୍ଢପୁର ଇତ୍ୟାଦି ୧୩ଟି କ୍ଳଷ୍ଟରର ପ୍ରାୟ ୨୦ ଜଣ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ବୁଧବାର ଏକ ଶୈକ୍ଷିକ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ସରକାରୀ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି ଶୈକ୍ଷିକ ପରିଦର୍ଶନ କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନେ ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ଅନୁଷ୍ଠାନ (ଆଇଆଇଏସ୍‍ଇଆର୍‍) କୁ ପରିଦର୍ଶନରେ ଯାଇଥିଲେ । ବିଜ୍ଞାନ ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବ୍ରହ୍ମପୁୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ଅନୁଷ୍ଠାନ ଏକ ଉତ୍କୃଷ୍ଟ କେନ୍ଦ୍ର ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଉପରେ ନିଜର ଉଚ୍ଚ ଅଭିଳାଷକୁ ସାକାର କରିବା ପାଇଁ ଜ୍ଞାନ ଆହରଣ କରିଥିବା ଦେଖିବାକୁ ମିଳିଥିଲା । ଭାରତର ବିଜ୍ଞାନ ଆଧାରିତ ପ୍ରଗତି ଯାତ୍ରାରେ ଏକ ନୂତନ ତଥା ପ୍ରଭାବଶାଳୀ ପ୍ରତିଷ୍ଠାନ ଭାବରେ ବିଶେଷ ଅବଦାନ ନେଉଥିବା ଭାରତ ସରକାରଙ୍କ ଦ୍ୱାରା ୨୦୧୬ ମସିହାରେ ସ୍ଥାପିତ ହୋଇଥିବା ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ଅନୁଷ୍ଠାନ (ଆଇଆଇଏସ୍‍ଇଆର୍‍) ଏକ ମହତ୍ୱପୂର୍ଣ୍ଣ ଅଂଶ ଭାବେ ପ୍ରତିଷ୍ଠା ଅର୍ଜନ କରିଥିଲା ବେଳେ ଶୈକ୍ଷିକ ପରିଦର୍ଶନରେ ଯାଇଥିବା ବିଦ୍ୟାର୍ଥୀମାନେ ବିଜ୍ଞାନ ପାଠ୍ୟକ୍ରମ ସାଙ୍ଗକୁ ଅତ୍ୟାଧୁନିକ ଲାବୋରୋଟୋରୀ ବୁଲି ଦେଖିବା ଏବଂ ବୈଜ୍ଞାନିକ ଉପକରଣର ବ୍ୟବହାର ଏବଂ ପରୀକ୍ଷଣ ଉପରେ ଜ୍ଞାନ ଆହରଣ କରିଥିବା ଦେଖିବାକୁ ମିଳିଥିଲା । ଆସିକା ଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଥିବା ଏହି ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକସ୍ତରୀୟ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ପରିଦର୍ଶନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶିକ୍ଷକ ସିମାଂଚଳ ସେଠୀ ଓ ରଶ୍ମିତା ପଣ୍ଡା ପ୍ରମୁଖ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଭଂଜ ବେହେରା ପ୍ରମୁଖ ଶୈକ୍ଷିକ ପରିଦର୍ଶନକାରୀ ବିଦ୍ୟାର୍ଥୀଙ୍କୁ ମାର୍ଗଦର୍ଶନ କରିଥିଲା ବେଳେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜ୍ଞାନ ଆହରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ମହତ୍‍ ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଲକ୍ଷ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ