ଶିକ୍ଷାବିତ୍ ଏସ.କେ. ବର୍କତୁଲ୍ଲାଙ୍କୁ ଭାରତୀୟ ଶିକ୍ଷା ଆଇକନ୍ ପୁରସ୍କାର-୨୦୨୫ ରେ ସମ୍ମାନିତ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ଗଙ୍ଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରିଡା ଶିକ୍ଷକ ଏସ.କେ. ବର୍କତୁଲ୍ଲାଙ୍କୁ ଜାତୀୟ ଡାକ୍ତର ଦିବସରେ ଶିକ୍ଷାବିତ୍ ଭାବେ ଭାରତୀୟ ଶିକ୍ଷା ଆଇକନ୍ ପୁରସ୍କାର -୨୦୨୫ ସମ୍ମାନରେ ସମ୍ମାନିତ କରାଯାଇଛି।ବୁଦ୍ଧିଷ୍ଟ ଇଂଟରନ୍ୟାସନାଲ ଫୋରମ୍ ଫର୍ ପିସ୍ ଆନୁକୁଲ୍ୟରେ ସିୱାଇଏସଡି ପରିସରରେ ଆୟୋଜିତ ଜାତୀୟ ଡାକ୍ତର ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢୀ ଯୋଗ ଦେଇ ଏସ.କେ. ବର୍କତୁଲ୍ଲାଙ୍କୁ ଉତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ବରିଷ୍ଟ ସ୍ତମ୍ଭକାର ତଥା ସାମ୍ବାଦିକ ସୁଜ୍ଞାନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀମତୀ ପାଢୀଙ୍କ ସହ ମୁଖ୍ୟବକ୍ତା ଭାବେ ପୂର୍ବତନ ଏମ୍ସ ନିର୍ଦ୍ଦେଶକ ତଥା ପଦ୍ମଶ୍ରୀ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଡ. ରବିନାରାୟଣ ମହାପାତ୍ର, ନୃସିଂହନାଥ ନନ୍ଦ, ସାମାଜିକ କର୍ମୀ ଡ. ଅର୍ଜୁନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ଜାତୀୟ ଆବାହକ ଡ. କାଳୀ ଚରଣ ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ