ରେମୁଣା ଗୋଲେଇ ଠାରେ ରାହୁଲ ଗାନ୍ଧି ଏବଂ ଭକ୍ତ ଦାସଙ୍କ କୋଷପୁତ୍ତୋଳିକା ଦାହ

ବାଲେଶ୍ବର(ସରୋଜ ପଣ୍ଡା): ରେମୁଣା ଗୋଲେଇ ନିକଟରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା, ରେମୁଣା ତରଫରୁ କଂଗ୍ରେସ ବିରୋଧରେ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦୁଷ୍କର୍ମକାରୀ ଛାତ୍ର କଂଗ୍ରେସ ସଭାପତି ଙ୍କ ବିରୋଧରେ ଏବଂ ଦୁଷ୍କର୍ମକାରୀଙ୍କୁ ପ୍ରସ୍ୱାହନ ଦେଉଥିବା କଂଗ୍ରେସ ନେତାଙ୍କ ବିରୋଧରେ ଏହି ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଭକ୍ତ ଦାସଙ୍କ କୋଷପୁତ୍ତୋଳିକା ଦାହ କରାଯାଇଥିଲା। ଛାତ୍ର କଂଗ୍ରେସ ର ସଭାପତି ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ଗିରଫ ହୋଇ ଜେଲ ଯାଇଥିବା ବେଳେ ଏ ସମ୍ପର୍କରେ କଂଗ୍ରେସ ନେତାଙ୍କ ନିରବତା କୁ ନେଇ ପ୍ରଶ୍ନ ଉଠାଇଛନ୍ତି ଯୁବ ନେତା। କେଉଁଭଳି ଭାବରେ ଜଣେ ଡକାୟତି କରିଥିବା ଯୁବକକୁ କଂଗ୍ରେସ ସଭାପତି ଭାବେ ଦାୟିତ୍ଵ ଦେଇଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି। ବିଜେପି ସରକାର ନାରୀ ମାନଙ୍କ ପ୍ରତି ହେଉଥିବା ପ୍ରତ୍ୟେକ ଘଟଣାରେ ଜିରୋ ଟଲରାନ୍ସ ନୀତି ଆପଣେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ନାରୀଙ୍କୁ ସୁରକ୍ଷା ଦେବା ବାହାନାରେ କଂଗ୍ରେସ କଣ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିଲା। ବାରମ୍ବାର ସରକାରଙ୍କୁ ଇସ୍ତଫା ଦାବି କରୁଥିବା କଂଗ୍ରେସ ଅଧ୍ୟକ୍ଷ ଭକ୍ତ ଦାସ ନିଜେ ନୈତିକତା ଦୃଷ୍ଟିରୁ ସଭାପତି ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଯୁବ ନେତା କହିଥିଲେ।  ବାଲେଶ୍ଵର ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ନାରାୟଣ ମହନ୍ତ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ସାଂସଦ ପ୍ରତିନିଧି ମହେଶ୍ୱର ପ୍ରଧାନ, ନାରୀ ନେତ୍ରୀ ଶୋଭନା ମହାନ୍ତି, ବିଧାୟକଙ୍କ ବ୍ୟକ୍ତିଗତ ସହାୟକ କୃଷ୍ଣ ଚନ୍ଦ୍ର ସାହା, ମଣ୍ଡଳ ସଭାପତି ମାୟାଧର ପ୍ରଧାନ, ବିବେକ ବିକାଶ ରାଉତ, ରଘୁନାଥ ପରିଡ଼ା, ମାନସ କୁମାର ମହାନ୍ତି, ପ୍ରଫୁଲ୍ଲ ଦ୍ବିବେଦୀ, ରେମୁଣା ଏନ ଏ ସି କାଉନସିଲର ଶିବୁନ ରାୟ, ବିପିନ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅନନ୍ତ ସାହୁ, ହରେକୃଷ୍ଣ ବେହେରା, କୌସିକ ବେହେରା, ରବିତା ଦାସ, ଗଜେନ୍ଦ୍ର ସେଠି, କମଳ ଲୋଚନ ପ୍ରଧାନ ଙ୍କ ସହ ବହୁ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ