ଅଷ୍ଟମ ଜିଲ୍ଲା ପରିଷଦ ବୈଠକ
ଛତ୍ରପୁର, (ଓ୍ବାଇଏନଏସ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାପରିଷଦ ର ୮ ମ ବୈଠକ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଏମ ନରେଗା, ଗ୍ରାମୀଣ ଗୃହ, ପାନୀୟ ଜଳ,ସହିତ ବିଭିନ୍ନ ବିଭାଗ ର ବୈଠକ ରେ ଆଲୋଚନା ହୋଇଥିଲା l ଦିଗପହଣ୍ଡି ବିଧାୟକ ଡ଼ଃ ସିଦ୍ଧାନ୍ତ ମହାପାତ୍ର, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଗଞ୍ଜାମ ଜିଲ୍ଲାପରିଷଦର ଉପାଧ୍ୟକ୍ଷା ଏସ. ରାଜେଶ୍ୱରୀ ଦୋରା,ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଗଞ୍ଜାମ ଜିଲ୍ଲାପରିଷଦ ର ଇନଚାର୍ଜ ସିଡିଓ ବିଜୟ କୁମାର ବେହେରା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ଜିଲ୍ଲାପରିଷଦ ସଭ୍ୟ /ସଭ୍ୟା, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ଏବଂ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଉପସ୍ଥିତ ଥିଲେ l


