ଯାତ୍ରୀବାହୀ ଘରୋଇବସ୍‍ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

ଆସିକା (ୱାଇଏନ୍‍ଏସ୍‍) : ଆସିକା ଥାନା ଅନ୍ତର୍ଗତ କଳିଙ୍ଗରୋଡ ମୁଖ୍ୟରାସ୍ତାର ଘରୋଇ ବସଷ୍ଟାଣ୍ଡର ପ୍ରବେଶପଥ ନିକଟରେ ରବିବାର ପୂର୍ବାହ୍ନରେ ଏକ ଯାତ୍ରୀବାହୀ ଘରୋଇବସ୍‍ ଧକ୍କାରେ କମଳା ଡାକୁଆ (ବୟସ ପ୍ରାୟ ୭୦ ବର୍ଷ)ଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏ ସଂପର୍କରେ ମିଳିଥିବା ସୂଚନା ଅନୁଯାୟୀ ଗାଙ୍ଗପୁର ନିକଟସ୍ଥ ହାଟପଦା ସାହିର କମଳା ଡାକୁଆ କୌଣସି କାମରେ ଆସିକା ଆସିଥିବା ବେଳେ ଘରୋଇ ବସଷ୍ଟାଣ୍ଡ ପ୍ରବେଶ ପଥ ନିକଟରେ ଏକ ଯାତ୍ରୀବାହୀ ବସ୍‍ ଧକ୍କାରେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ଖବର ପାଇ ଆସିକା ପୋଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ