କେନାଲରେ ବୁଡି ବୃଦ୍ଧ ମୃତ
ହାଟଡିହି(ଓ୍ବାଇଏନଏସ): ଶୋଉଚ ହେବାକୁ ଯାଇ କେନାଲରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ହାଟଡିହି ବ୍ଲକ ସୋସୋ ଥାନା ଢେଙ୍କା ପଞ୍ଚାୟତ କଣିଆରୀ ଗାଁର ଉଦ୍ଧବ ଜେନା ନାମକ ଜଣେ ବ୍ୟକ୍ତି ନିକଟସ୍ଥ ମଠକୁ ଭଜନ କରିବାକୁ ଯାଇ ଆଉ ଫେରିନଥିଲେ। ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ନିକଟସ୍ଥ କେନାଲରେ ତାଙ୍କ ଜୋତା ଭାସୁଥିବା ଦେଖି କେନାଲରେ ବୁଡ଼ିଯାଇଥିବା ସନ୍ଦେହ କରିଥିଲେ। କେନାଲରେ ଖୋଜିବା ପରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ ପରିବାର ଲୋକେ। ତେବେ ଅସାବଧାନତା ବଶତଃ ଉଦ୍ଧବ କେନାଲ ରେ ବୁଡି ଯାଇଥିବା ଅନୁମାନ କରାଯାଉଛି। ଏନେଇ ସୋ ସୋ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଇଛି।