ଆକ୍ରମଣରେ ବୃଦ୍ଧା ଆହତ

 ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗ୍ରାମର ବୃଦ୍ଧା ଅନ୍ନପୂର୍ଣ୍ଣା ଗୌଡ଼ ଙ୍କୁ ତାଙ୍କ ପଡୋଶୀ ସିଲୁ ଗୌଡ଼ ଓ ଫିଲୁ ଗୌଡ଼ ଦୁଇ ଭାଇ ଠେଙ୍ଗା ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ବୃଦ୍ଧା ଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୧୯୧/୨୫ ଅନୁଯାୟୀ ଅଭିଯୁକ୍ତ ଦୁଇ ଭାଇ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ନିମନ୍ତେ ଏଏସଆଇ ଅଜୟ କୁମାର ନାୟକ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଗୁରୁବାର ସନ୍ଧ୍ୟା ପ୍ରାୟ ୬ ଟାରେ ପଡୋଶୀ ଘର ଲୋକେ ଅନ୍ନପୂର୍ଣ୍ଣା ଙ୍କ ଘର ସମ୍ମୁଖରେ ସଜନାଗଛ ଓ ନଡ଼ିଆ ଗଛ ର ଡାଳ ଗଦା କରିଥିଲେ। ଘରକୁ ଯା ଆସ ରେ ଅସୁବିଧା ହେବାରୁ ବୃଦ୍ଧା ଜଣକ ପ୍ରତିବାଦ କରିଥଲେ। ଏଥିରେ ଉତ୍ତେଜିତ ହୋଇ ଦୁଇ ଭାଇ ତାଙ୍କୁ ମାଡ଼ ମାରିଥିବା ଏତଲାରେ ଉଲ୍ଲେଖ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ