ହାତୀ ଆକ୍ରମଣରେ ବୃଦ୍ଧା ମୃତ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ବନଖଣ୍ଡ କୁସୁମିତା ଗାଁର ଜଣେ ଅବିବାହିତବୃଦ୍ଧାଆମ୍ବଗୋଟାଇବାକୁଯାଇହାତୀହାବୁଡ଼ରେପଡିଯାଇଥିଲେ । ମହିଳାଙ୍କୁ ହାତୀ ଟେକି କଚାଡିଦେଲା । ବୃଦ୍ଧାଙ୍କୁସ୍ଥାନୀୟଲୋକଙ୍କଦ୍ଵାରାଗୁରୁତରଅବସ୍ଥାରେଜିଲ୍ଲାମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ଚିକିତ୍ସାଧିନ ସମୟରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକସଦର ରେଞ୍ଜ କୁସୁମିତା ଗାଁ ଜଙ୍ଗଲରେ ସକାଳୁ ସକାଳୁ ଆମ୍ବ ଗୋଟାଇବାକୁ ପ୍ରତିଦିନ ଭଳି ସୋମବାର ମଧ୍ୟ ସୁନା ଫୁଲ ପ୍ରଧାନ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ । ହେଲେ ସୋମବାର ଆମ୍ବ ଖାଇବାକୁ ହାତୀ ପଲ ଜଙ୍ଗଲରେ ଥିଲେ । ଭୋର ସମୟରେ ଆମ୍ବ ଗୋଟାଉଥିବା ସମୟରେ ହାତୀର ସମ୍ମୁଖରେ ପଡ଼ି ଯାଇଥିଲେ ସୁନା ଫୁଲ । ଫଳରେ ହାତୀ ତାଙ୍କୁ ଟେକିକଚାଡିଦେଇଥିଲା । ସ୍ଥାନୀୟ ଲୋକେ ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ସୁନାଫୁଲକୁଜିଲାମୁଖ୍ୟଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆଣିଥିଲେ । ହେଲେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ସୁନାଫୁଲ ପରିବାରକୁ ବନ ବିଭାଗ ପକ୍ଷରୁ ପ୍ରଥମେ ୬୦ ହଜାର ଟଙ୍କା ପରେ ଅବଶିଷ୍ଟ ୫.୪୦ ଲକ୍ଷ ସହାୟତା ପ୍ରଦାନ କରାଯିବବୋଲିପଳାଶପଙ୍ଗା ବନପାଳ ଜୟକୃଷ୍ଠ ଦାସ ସୂଚନା ଦେଇଛନ୍ତି।