ସମିତି ବୈଠକକୁ ୱାକ ଆଉଟ କଲେ ନିର୍ବାଚିତ ପ୍ରତିନିଧି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର କାଶୀନଗର ବ୍ଲକର ସଦଭାବନା ଗୃହରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ସଭ୍ୟସଭ୍ୟାମାନେ ଗୃହକୁ ୱାକ ଆଉଟ କରିଥିବା ଜଣା ପଡିଛି। ବ୍ଲକ ବିଡ଼ିଓ ଦମ୍ବୁରୁଧର ମଲିକ ସୂଚନା ଦେଇଥିଲେ କି ଦଶମ ବୈଠକ ଅନୁଷ୍ଠିତ ହେଉଛି । ସ୍ଥାୟୀ ସଭାପତି ବ୍ଲକ ଅଧ୍ୟାକ୍ଷା ଵାଲା ସାୟାମ୍ମା ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ପୂର୍ବ ବୈଠକର ନିର୍ଧାରଣ ପାଠ କରାଯାଇଥିଲା । ବିକଶିତ ଗାଁ ଓ ବିକଶିତ ଓଡିଶା ପାଇଁ 2025-2026 ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତାବ ଆଗତ ଓ ମଂଜୁର ହୋଇଥାନ୍ତା, କିନ୍ତୁ ବ୍ଲକର ଶାସକ ଦଳ ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ମାନଙ୍କ ଅଭିଯୋଗ ହେଲା କି ସେମାନେ ଯେଉଁ ପ୍ରସ୍ତାବ ଦେଉଛନ୍ତି ଜିଲ୍ଲାସ୍ତରରେ ମଂଜୁର ହେଲା ବେଳକୁ ବଦଳି ଯାଉଛି ଏଣୁ ଏହି ସଭା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ପ୍ରତିବାଦ କରି ବୈଠକକୁ ୱାକ ଆଉଟ କରିଥିଲେ।