ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀରେ ଜିଲ୍ଲା କଂଗ୍ରେସ ସଭାପତି ଚୟନ ପାଇଁ ଘମାସାନ
ବାଲେଶ୍ଵର(ସରୋଜ ପଣ୍ଡା): ଏ ଆଇ ସି ସି ପର୍ଯ୍ୟବେକ୍ଷକ ତଥା କର୍ଣ୍ଣଟକ ର ହାସନ ଲୋକ ସଭା ଆସନ ର ସାଂସଦ ଶ୍ରେୟାସ ଏମ ପଟେଲ ଓ ପିସି ସି ର ପର୍ଯ୍ୟବେକ୍ଷକ ବିପ୍ଳବ ଚୌଧୁରୀ ପ୍ରମୁଖ ରାଜୀବ ଭବନ ରେ ପରବର୍ତ୍ତୀ ଜିଲ୍ଲା ସଭାପତି ଚୟନ ଉପରେ କର୍ମୀ ଓ ପି ଆର ଆଇ ସଦସ୍ୟ ମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। କେଉଁ ନେତା ଙ୍କୁ ଗୁରୁ ଦାୟିତ୍ୱ ଦେଲେ ଦଳ କୁ ସଫଳତା ମିଳିବ ସେ ସମ୍ପର୍କରେ କବା ଟ କିଳା ଆଲୋଚନା କରିଥିଲେ। ଏହି ରୁଦ୍ଧ ଦ୍ୱାର ଆଲୋଚନା ବେଳେ ପି ସି ସି ର ପଯ୍ୟବେକ୍ଷକ ତଥା ପୂର୍ବତନ ବିଧାୟକ ରବୀନ୍ଦ୍ର ମଲ୍ଲିକ,ଦଳ ର ବିଧାୟିକା ପ୍ରାର୍ଥୀ ଡ଼ ମୋନାଲିଶା ସାମଲ, କାଉନ ସିଲର ପଦ୍ମ ଲୋଚନ ଲେଙ୍କା, ଅର୍ଚ୍ଚନା ନନ୍ଦି ପ୍ରମୁଖ ଉପସ୍ଥିତ ରହିଥିଲେ। ଟାଉନ ସଭାପତି ଙ୍କ ସମେତ ଶ୍ରୀ ରାମ ପୁର, କସିପଡା, ଦୁବୁଲା ଗଡି, ପରିଖୀ, ବୁଆଁଳ, ଚାନ୍ଦିପୁର, ପାତ୍ର ପଡା, ଶ୍ରୀ କୋଣା, ବାହାବଳ ପୁର ର କର୍ମୀ ପୂର୍ବତନ ସରପଞ୍ଚ ଙ୍କ ସହ ଆଲୋଚନା କରିଥିଲେ। ଗତ ଛ ଦିନ ଧରି ଶ୍ରୀ ପାଟିଲ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରି କଂଗ୍ରେସ କର୍ମୀ ଓ ନେତା ଙ୍କ ମତ ନେଇ ଆଜି ଦିଲ୍ଲୀ ଫେରିଯାଇଛନ୍ତି।