ଜଳିଗଲା ବିଦ୍ୟୁତ ଟ୍ରାନ୍ସଫରମର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)   ଦିଗପହଣ୍ଡି – ଆସିକା ମୁଖ୍ୟ ରାସ୍ତାର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଦ୍ୟୁତ ଟ୍ରାନ୍ସଫରମର ବୁଧବାର ଅପରାହ୍ନ ରେ ହଠାତ ଜଳି ଯାଇଥିବା ଜଣାପଡିଛି ।ଅପରାହ୍ନ ପ୍ରାୟ ୧ ଟାରେ  ଜନଗହଳିପୂର୍ଣ୍ଣ ବ୍ଲକ କାର୍ଯ୍ୟାଳୟ , ତହସିଲ କାର୍ଯ୍ୟାଳୟ , ମିଶନ ଶକ୍ତି ଏବଂ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫରମରରୁ ନିଆଁ ବାହାରି ଜଳି ଯାଇଥିଲା । ଏହି ସମୟରେ ରାସ୍ତାରେ ଯାଉଥିବା ପଥଚାରୀ , ସ୍ଥାନୀୟ ବାସିନ୍ଦା ଏବଂ ଉଠା ଦୋକାନ କରିଥିବା ଲୋକେ ଭୟଭୀତ ହୋଇଯାଇଥିଲେ । ଖବରପାଇ ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି ବିଦ୍ୟୁତ ସରବରାହ ବନ୍ଦ କରିଥିଲେ । ପରବର୍ତ୍ତୀ ସମୟରେ ଦିଗପହଣ୍ଡି ଅଗ୍ନିଶମ  କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ । ଘଟଣାପରେ ଦିଗପହଣ୍ଡି ସହରରେ ଦୀର୍ଘ ସମୟ ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ