ଗାନ୍ଧାରୀଭୂଇଁ ରେ ଚାରି ଜଣ ଙ୍କ ଘର ଭାଙ୍ଗିଲେ ହାତୀପଲ

ରାଇକିଆ(ପ୍ରଦୀପ ବେହେରା)- କନ୍ଧମାଳ ଜିଲ୍ଲା କରଡ଼ା ରେଞ୍ଜ ର ଇନ୍ଦ୍ରଗଡ ସେକ୍ସନ ରେ ହାତୀପଲ ଙ୍କ ଆକ୍ରମଣ ରେ ଚାରିଜଣ ଙ୍କ ଘର ନଷ୍ଟ ହୋଇଛି । ମୂଜାଗଡ ରେଞ୍ଜ ରୁ କରଡ଼ା ରେଞ୍ଜ ରେ 26 ଗୋଟି  ହାତୀ ଗତ କିଛି ଦିନ ହେଲା ଚଳପ୍ରଚଳ କରୁଛନ୍ତି । ମଙ୍ଗଳବାର ରାତ୍ର ରେ ଏହି ରେଞ୍ଜ ର ଗାନ୍ଧାରୀ ଭୂଇଁ ଗ୍ରାମ ରେ ହାତୀ ପଲ ଙ୍କ ଉପଦ୍ରବ ଯୋଗୁଁ ଗ୍ରାମର ମଲ ନାୟକ, ଚକ୍ର ନାୟକ, ଖଦାଳ ନାୟକ, ମନୋଜ ମଲ୍ଲିକ ଙ୍କ ଘର ଭାଙ୍ଗିଛି । ଏଥି ସହ ନଡ଼ିଆ ଗଛ ଓ କଦଳୀ ଗଛ ଭାଙ୍ଗିବା ସହ ଗଚ୍ଛିତ ଧାନ ମଧ୍ୟ ନଷ୍ଟ କରିଛନ୍ତି । କ୍ଷତି ଗ୍ରସ୍ତ ପରିବାର ଙ୍କୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ଦାବି କରାଯାଇଥିବା ବେଳେ ଏହାକୁ ନେ଼ଇ ଗ୍ରାମବାସୀ ଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ