ଦନ୍ତା ହାତୀଙ୍କ ଉତ୍ପାତ: ଦୁଇଗ୍ରାମରେ ପସି ତାଣ୍ଡବ ରଚି ଘର ଓ ପାଣିଟାଙ୍କି ଭାଙ୍ଗିଲେ

କଲ୍ୟାଣସିଂହପୁର (ଓ୍ବାଇଏନଏସ):  ଦିନକୁ ଦିନ ହାତୀଙ୍କ ଉତ୍ପାତରେ ନିୟମଗିରିଣସି ଭୟ ଭିତରେ ହୋଇ ଘରୁ ବାହାରୁନାହାନ୍ତି। କଳାହାଣ୍ଡିଆ ୧୮ ଥାକିଆ ହାତୀପୋଲ ଦୀର୍ଘ ତିନିବର୍ଷ ହେବ ନିୟମଗିରି ପାହାଡ଼ ଅଞ୍ଚଳର ମୁନିଗୁଡା, ବିଷମକଟକ, ଲାଞ୍ଜିଗଡ, ଥୁଆମୂଳ ରାମପୁର, କଲ୍ୟାଣସିଂହପୁର ବ୍ଲକରେ ଖାଦ୍ୟ ଅନୁବେଷଣ ରେ ଆସିଥିଲେ।କିନ୍ତୁ ଜଙ୍ଗଲ ନଷ୍ଟ ପାଇଁ ଖାଦ୍ୟ ମିଳୁନଥିବାରୁ ଚାଷ  ବାସ ଓ ମଣିଷକୁ ମକ୍ୱାରିବାକୁ ପଛଉ ନାହାନ୍ତି ହକ୍ୱାତିମାନେ। ହାତୀ ଗୋଠ ଖଣ୍ଡିଆ ହୋଇ ଯିବାରୁ ଗାଁ ଗାଁରେ ପସି କୋଠି ଚାଉଳ ମାଣ୍ଡିଆ କାନ୍ଦୁଲ ଓ ଟଙ୍କା ମଧ୍ୟ ଖାଇ ଚାଲିଛି ଯାଉଛନ୍ତି। ଗତ ଏକ ମାସ ପୂର୍ବେ ତ୍ରିଲୋଚନପୁର ପଂଚାୟତ କୁନାକାଡୁ ଠାରେ ଶିଶୁକୁ କଛାଡି ମାରି ଜୀବନ ନେଇଯାଇଥିବା ବେଳେ ବଡ଼ ଭାଇକୁ ଶୁଣ୍ଢ ରେ ମାରି ଆହତ କରିଦେଇଥିଲା। ଗତ ଦୁଇଦିନ ପୂର୍ବେ କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାଯାତର ବୁଡୁଣୀ ଗ୍ରାମର ଦଙ୍ଗରିଆ ବାଲା ଶିକକାକୁ କଛାଡି ମାରିବାରୁ ବ୍ରହ୍ମପୁର ମରଡିକାଲରେ ଜୀବନ ମରଣ ଶହ ସଂଘର୍ଷ କରିଛି।ଵର୍ତମାନ ହାତୀ ଗୋଠରୁ ଦୁଇଟି ହାତୀ ଗୋଠ ଖଣ୍ଡିଆ ହୋଇଯାଇ ବିଭନ୍ନ ଗ୍ରାମରେ ପସି ତାଣ୍ଡବ ରଚୁଥିବା ବେଳେ ଘରୁ ବାହାରକୁ ଲୋକେ ନହରିବା ପାଇଁ ଭୟ କରୁଛନ୍ତି।ଗତ କାଲି ୧୧ଘଣ୍ଟା ରାତି ଖୁରସୁମୁହିଁ ଓ ପଟାଙ୍ଗ ପଦର ଗ୍ରାମରେ ଭିନ୍ନ ଭିନ୍ନ ହାତୀ ପସି ଗ୍ରାମରେ ଥିବା ଚାଲକୁଡ଼ିଆ ବାହାରେ ଥିବା ହାଣ୍ଡିକୁଣ୍ଡି ଚାଲିଆ ଭାଙ୍ଗିରୁଜି ଦୀର୍ଘ ଦୁଇ ଘଣ୍ଟା ସାହିରେ ରହି ଭୟଙ୍କର ଶବ୍ଦ କରିଥିଲେ। ଭୟରେ ଘରୁ ପଦାକୁ ବାହାରିବା ପାଇଁ ସାହସ ଜୁଟାଇ ପାରିଲେ ନାହିଁ ପଟାଙ୍ଗ ପଦର ଓ ଖୁର୍ଷୁମୁହିଁ ଗ୍ରାମବାସୀ ମାନେ। ଗ୍ରାମରେ କୁକୁରମାନେ ଭୁକିବାରୁ ପରେ ଚଳିଗଲେ ପାହାଡ଼ ଭିତରକୁ।ଏମିତି ନୀତି ଦିନିଆ ହାତୀଙ୍କ ଉତ୍ପାତ ଯୋଗୁ ନିୟମଗିରି ବାସି ଅତିଷ୍ଟ ହୋଇ ପଡ଼ିଥିବା ଅଭିଯୋଗ କରିଛନ୍ତି। ବନ ବିଭାଗ କେବଳ ସଚେତନା ସୃଷ୍ଟି କରି ଲେବଳ ଗତିପଥ ଦେଖୁଚି। ଏମିତି ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ ଚଳିବ ତେବେ ବନ ବିଭଗ ଦାୟୀ ରହିବ ବୋଲି ନିୟମଗିରି ଡଙ୍ଗରିଆ ମାନେ ଅଭିଯୋଗ କରିଛନ୍ତି. ଳ। ଏଣୁ ଜିଲ୍ଲା ବନଖଣ୍ଡ ଅଧିକାରୀ ଉଚିତ ପତଦକ୍ଷେପ ନେବାକୁ ଦାବୀ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ