ଅଚାନକ ଯୋଗାଣ ବିଭାଗ ଅଧିକାରୀଙ୍କ ଚଢ଼ାଉ: ୪୧ଟି ଗ୍ୟାସ ଟାଙ୍କି ଜବତ

କାକଟପୁର/ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା ଯୋଗାଣ ବିଭାଗ ତରଫରୁ କାକଟପୁର ସ୍ଥିତ ନିଦ୍ଧିଷ୍ଟ ସ୍ଥାନରେ ବେଆଇନି ଭାବେ ଗ୍ୟାସ ବିକ୍ରି କରିବା ଅଭିଯୋଗ ହୋଇଥିଲା।ଗୁରୁବାର ଅପରାହ୍ନ ରେ ୪ଜଣିଆ ଟିମ୍ ର ଅଚାନକ ଚଢ଼ାଉ। ଅନ୍ୟ ପଟେ ଲୋକଦେଖାଣିଆ ଚଢ଼ାଉରେ ବର୍ତ୍ତିଗଲେ ବେଆଇନି ଗ୍ୟାସ ଫିଲିଂ ଦୋକାନ। ସୂଚନା ମୁତାବକ ଗୁରୁବାର ଅପରାହ୍ନ ସମୟରେ ପୁରୀ ଜିଲ୍ଲା ଯୋଗାଣ ବିଭାଗ ତରଫରୁ ୪ଜଣିଆ ଟିମ୍ ମଧ୍ୟରେ ପୁରୀ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ନିର୍ମଳ ମହାପାତ୍ର,ନିମାପଡା ଯୋଗାଣ ନିରୀକ୍ଷକ ସୁବ୍ରତ ଚୌଧୁରୀ, କାକଟପୁର ଯୋଗାଣ ନିରୀକ୍ଷକା ଶକୁନ୍ତଳା ନାୟକ ଓ ଅସ୍ତରଙ୍ଗ ଯୋଗାଣ ନିରୀକ୍ଷକ ସୂର୍ଯ୍ୟକାନ୍ତ ବେହେରା କାକଟପୁର ବ୍ଲକ ଅଧୀନ ନିଦ୍ଧିଷ୍ଟ ଗାଁରେ ବେଆଇନି ଭାବେ ବିକ୍ରି ହେଉଥିବା ଏକ ଅଭିଯୋଗ ପାଇବା ପରେ ଅଚାନକ ଚଢ଼ାଉ କରି ୧୬ଟି ଫିଲିଙ୍ଗ ଗ୍ୟାସ ସହ ୨୫ଟି ଅନ୍ୟାନ୍ୟ ଖାଲି ଗ୍ୟାସ ଟାଙ୍କି ସମେତ ମୋଟ ୪୧ଟି ଗ୍ୟାସ ଟାଙ୍କି ଜବତ ହୋଇଥିଲା।   ଚଢ଼ାଉ ହେବା ଜାଣି କାକଟପୁର ବଜାର ରେ ଥିବା ଅନେକ ଖାଦ୍ୟ ଦୋକାନ, ଫାଷ୍ଟଫୁଡ ଓ ହୋଟେଲ ରେ କିଛି ସମୟ ଚଢ଼ାଉ ଭୟରେ ତାଲା ଝୁଲିଥିଲା। ଅନେକ ବ୍ୟବସାୟୀ ଙ୍କୁ ବିଭାଗୀୟ ଅଧିକାରୀ ମାନେ ଗ୍ୟାସ ସମ୍ପର୍କ ରେ ସଚେତନ କରିବା ସହ ନିୟମ ଉଲ୍ଲଘନ କଲେ ଆଗାମୀ ଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଥିଲେ। ଜନଗହଳି ପୂର୍ଣ୍ଣ ମାର୍କେଟ ଉପରେ ଚାଲିଛି ନିଆଁ ସହ ଖେଳ। ପୁରୀ ଜିଲ୍ଲା  କାକଟପୁର, ଅସ୍ତରଙ୍ଗ ବ୍ଲକ ର ବିଭିନ୍ନ ପଂଚାୟତ ରେ ଖୋଲିଛି ଗ୍ୟାସ ଫିଲିଂ ଦୋକାନ। ଏଭଳି ଗ୍ୟାସ ଫିଲିଂ ଦୋକାନ ଗୁଡିକ ସରକାରୀ ନିୟମ ଅନୁଯାୟୀ ଖୋଲିଛି ନା ବେଆଇନି ଭାବେ ଚାଲିଛି ଏହାର ଉତ୍ତର କାହା ନିକଟରେ ନାହିଁ। କୌଣସି କାରଣ ବଶତଃ ଯଦି କିଛି ଅଘଟଣ ଘଟେ ତେବେ ସେଥିପାଇଁ ଦାୟି କିଏ ବୋଲି ପ୍ରଶ୍ନ ଉଠିଛି। ଅସ୍ତରଙ୍ଗ ଓ କାକଟପୁର ଅଂଚଳରେ ଦୋକାନ ବଜାର ଗୁଡିକର ଅବସ୍ଥା ଯାହା ସେଥିରେ ଯଦି କୌଣସି ଗୋଟିଏ ଦୋକାନ ରେ କିଛି ଅଘଟଣ ଘଟିଲେ ତାହା ଚାରିଆଡ଼େ ବ୍ୟାପି ପୂରା ବଜାର ଜଳି ପୋଡି ପାଉଁଶ ହୋଇଯିବାର ଆଶଙ୍କା ରହୁଛି। ଏଭଳି କ୍ଷେତ୍ରରେ ଯୋଗାଣ ବିଭାଗ ଠାରୁ ଆରମ୍ଭ କରି ଗ୍ୟାସ ବିତରକ କମ୍ପାନୀ, ପୁଲିସ ଓ ଅଗ୍ନିଶମ ବିଭାଗ କାହାର ଏଥି ପ୍ରତି ନିଘା ନଥିବା ପରି ମନେ ହେଉଛି। କାରଣ ଯୋଗାଣ ବିଭାଗ ତରଫରୁ ପୂର୍ବରୁ ଅସ୍ତରଙ୍ଗ, ଆଉ ଗୁରୁବାର କାକଟପୁର ଅଂଚଳରେ ଚଢ଼ାଉ କରି ବିଭିନ୍ନସ୍ଥାନରେ ହୋଇଥିବା ବେଳେ ବର୍ତ୍ତୀଗଲେ ବେଆଇନି ଗ୍ୟାସ ଫିଲିଂ ଦୋକାନ।ପ୍ରଶାସନିକ କଟକଣା ଅଭାବରୁ ଏବେ  ଅସ୍ତରଙ୍ଗ, କାକଟପୁର ଅଂଚଳ ବିଭିନ୍ନ ପଂଚାୟତ ରେ ଲଗାମ୍ ଛଡା ବେଆଇନି ଗ୍ୟାସ କାରବାର ଦିନକୁ ଦିନ ବଢ଼ିଚାଲିଛି। ସରକାର ଲୋକଙ୍କ ପାଈଁ ୧୬କେଜି ସିଲିଣ୍ଡର ଠାରୁ ଆରମ୍ଭ କରି ଅନ୍ୟ ଛୋଟ ବଡ଼ ଗ୍ୟାସ ଟାଙ୍କି ଯୋଗାଇ ଦେଉଛନ୍ତି। ଏପରିକି ୩କେଜି ସିଲିଣ୍ଡର ମଧ୍ୟ ବଜାରରେ ମିଳୁଛି। ଏହି ସବୁ ଲାଇସେନ୍ସଧାରୀ ଦୋକାନୀ ଓ ଡିଲର ମାନେ ବିକ୍ରି କରିବାର ନିୟମ ରହିଛି। ହେଲେ ଅସ୍ତରଙ୍ଗ, କାକଟପୁର ଅଂଚଳରେ ଶତାଧିକ ଲୋକଙ୍କ ଗ୍ୟାସ କାର୍ଡ ନ ଥିବା ବେଳେ ବିଭିନ୍ନ ହୋଟେଲ, ହଷ୍ଟେଲ ଠାରୁ ଆରମ୍ଭ କରି ଭଡାରେ ରହୁଥିବା ଛାତ୍ର ଛାତ୍ରୀ ଙ୍କ ସମେତ କର୍ମଜୀବି ଙ୍କ କୌଣସି ସ୍ୱତନ୍ତ୍ର ସୁବିଧା ନାହିଁ। ଖୁଚୁରା ଗ୍ୟାସ ପାଈଁ ସରକାରୀ ସ୍ତରରେ ବିଶେଷ ସୁବିଧା ନାହିଁ। ଫଳରେ ଗ୍ୟାସ ଫିଲିଂ ପାଈଁ ଏମାନେ ଛୋଟ ମୋଟ ଦୋକାନୀ ଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ୍ୟ ହେଉଛନ୍ତି। ବଡ଼ ଟାଙ୍କିରୁ ଗ୍ୟାସ ବିପଦପୂର୍ଣ୍ଣ ଭାବେ ଛୋଟ ଟାଙ୍କି ଗୁଡିକୁ ବେଫିକର ଭାବେ ଫିଲିଂ ହେଉଛି।  କାକଟପୁର,ଅସ୍ତରଙ୍ଗ ଅଂଚଳରେ ଗୋଟିଏ କିମ୍ବା ୨ଟି ନୁହେଁ ଅନେକ ଦୋକାନ ଚୋରାରେ ଗ୍ୟାସ ଫିଲିଂ କରୁଥିବା ଅଭିଯୋଗ ହେଉଛି। ଅସ୍ତରଙ୍ଗ ଅଂଚଳର କୁଣ୍ଢେଶ୍ୱର, ସରିପୁର, ଶିଶୁଅ, ପୋଟଳଛକ, କଣମଣ ଛକ, ପାଟଳଦା ଛକ, ହୀରାଦେଇପୁର ଛକ, ଖଣ୍ଡାସାହି, ଆଳସାହି, ନଗର, ନୂଆଗଡ ଛକ, ଅସ୍ତରଙ୍ଗ କଲେଜ ଛକ, ଏଡ଼ବାଂଶ  ସମେତ ବିଭିନ୍ନ ସ୍ଥାନରେ ଗଳିକନ୍ଦୀରେ ଛତୁ ଫୁଟିଲା ପରି ଗ୍ୟାସ ଦୋକାନ ଖୋଲିଛି। ଏହି ସବୁ ଛୋଟ ଦୋକାନ ଗୁଡିକରେ ସରକାରୀ ଦର ଠାରୁ ଅଧିକ ଦରରେ ଗ୍ୟାସ ବିକ୍ରି କରାଯାଉଥିବା ବେଳେ ଗ୍ୟାସର ମାପକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ହଠାତ କିଛି ଅଘଟଣ ଘଟିଲେ ତା’ର ମୁକାବିଲା କରିବା ପାଈଁ ଏହି ଦୋକାନ ଗୁଡିକରେ ଆନୁସଙ୍ଗିକ ସୁବିଧା ମଧ୍ୟ ନାହିଁ।ଅନ୍ୟ ପଟେ ଗୁରୁବାର ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ ହୋଇଥିଲେ ମଧ୍ୟ ଆଖି ଦୃଶିୟା ସେମିତି ଚଢ଼ାଉ ରୁ ଅନେକ ବର୍ତ୍ତୀଯାଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ