ଯୋଗ ଦିବସ ପାଳନ

ଆରଡି, ( ଆଲୋକ ଚନ୍ଦ୍ର ନାୟକ ) : ଚାନ୍ଦବାଲି ବ୍ଲକର ଓଳଗ ଠାରେ ଆନ୍ତର୍ଜାତିକ ଯୋଗ ଦିବସ ଶନିବାର ସକାଳ ୬.୩୦ ରେ ଅନୁଷ୍ଠିତ ହୋଇଯାଇଛି । ଭାଜପା ବାବା ଆଖଣ୍ଡଳମଣି ମଣ୍ଡଳ ସଭାପତି ସନ୍ଦିପ କୁମାର ନାୟକଙ୍କ ତତ୍ତ୍ବାବଧାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ଯୁବ ପ୍ରତିଭା ସୁଜିତ କୁମାର ନାୟକ ଯୋଗ ଶିକ୍ଷା ଦେଇଥିଲେ । ଯୋଗଶିକ୍ଷା କାର୍ଯ୍ୟକ୍ରମରେ ୩୦ ଜଣ ଯୋଗ ଦେଇଥିଲେ । ଯୋଗ ମାଧ୍ୟମରେ ଜଣେ ଅସାଧ୍ୟ ସାଧନ କରିପାରିବ ଓ ଏହାକୁ ବଜାୟ ରଖିବା ଉଚିତ ବୋଲି ମଣ୍ଡଳ ସଭାପତି କହିଥିଲେ । ଦୀପକ ରଞ୍ଜନ ବିଶ୍ବାଳ, ଦୀପ୍ତି ରଞ୍ଜନ ନାୟକ ( କାଳିଆ ), ଦେବାଶିଷ ନାୟକ, ରାହାସ ଜେନା, ଗଣେଶ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗ ଶିକ୍ଷା ନେଇଥିଲେ । ସେହିପରି ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ବନିତା ପୃଷ୍ଟି ବିଦ୍ୟାଳୟ ପରିସରରେ ଯୋଗ ଦିବସ ପାଳନ କରିଥିଲେ । ସୀମିତ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ରୀଡା ଶିକ୍ଷୟିତ୍ରୀ ନଳିନୀ ମିଶ୍ର ଯୋଗ ଶିକ୍ଷା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । କ୍ଲଷ୍ଟର ସିଆରସିସି ଦିଲ୍ଲୀପ ଶେଖର ନାୟକ ଯୋଗଶିକ୍ଷା ବାବଦରେ ଆଲୋକପାତ କରିଥିଲେ ।

Spread the love

Advertisement

ଏବେ ଏବେ