ନବୀନ ନିବାସ ସମ୍ମୁଖ ରାସ୍ତା ଜବରଦଖଲ: ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

କଟକ,(ଓ୍ବାଇଏନଏସ): ଭୁବନେଶ୍ୱର ଏୟାର୍‌ପୋର୍ଟ ରାସ୍ତା ଓ ଏକାମ୍ର ରୋଡ୍ ଉପରେ ଜବରଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ଘଟୁଛି । ଜବରଦଖଲ ହଟାଇବାକୁ ପ୍ରାର୍ଥନା କରି ଓଡ଼ିଶା ହାଇକୋର୍ଟରେ ମାମଲା ରୁଜୁ ହାଇଛି । ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ପ୍ରକାଶ ଚନ୍ଦ୍ର ଦାସଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ବିଚାରପତି ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଶ୍ରୀ ଦାସ ଦର୍ଶାଇଛନ୍ତି ଯେ, ଭୁବନେଶ୍ୱର ଏରୋଡ୍ରମ ଅଞ୍ଚଳ “ନବୀନ ନିବାସ’ ସମ୍ମୁଖରେ ବେଆଇନ ଭାବେ ଜବରଦଖଲ ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ଗାଡ଼ି ଏହି ରାସ୍ତାରେ ଯାତାୟାତରେ ସମସ୍ୟା ହେଉଛି । ଏଥିସହ ସାଧାରଣ ଲୋକ, ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲିଙ୍ଗରାଜଙ୍କ ମନ୍ଦିରକୁ ଯିବା ଆସିବା ନେଇ ବି ବାଧା ସୃଷ୍ଟି ହେଉଛି । ତେଣୁ ଏଠାରେ ଅବୈଧ ଭାବେ ହୋଇଥିବା ନିର୍ମାଣ ଓ ବ୍ୟାରିକେଡିଂକୁ ହଟାଇବାକୁ ଦାବି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ଏବଂ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରକାଶ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ