ବୈଷ୍ଣବ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶକ୍ତି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ
ହାଟଡିହି (ଓ୍ବାଇଏନଏସ): ବୈଷ୍ଣବ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାରିପୁର ରେ ଶକ୍ତି ସଂରକ୍ଷଣ ସପ୍ତାହ ଓ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି | ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନ ରେ ତଥା ଶକ୍ତି କ୍ଲବ ର ଶିକ୍ଷକ ମନୋରଞ୍ଜନ ସାହୁ ଙ୍କ ସଂଯୋଜନା ରେ କୁଇଜ଼, ପ୍ରବନ୍ଧ, ତର୍କ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଛି | ଶକ୍ତି ସଂରକ୍ଷଣ ଦିବସ ରେ ଶପଥ ପାଠ ଓ ଏକ ଜନ ସଚେତନତା ରାଲି କରାଯାଇ ଶକ୍ତି ସଙ୍କଟ ଓ ଏହାର ସମାଧାନ ଉପରେ ସଚେତନତା ସୃଷ୍ଟି କରାଯାଇଛି | ଆୟୋଜିତ ସଭାରେ ପ୍ରତିଯୋଗିତା ତର୍କ ରେ ନବମ ଶ୍ରେଣୀ ର ଓ଼ମ ପ୍ରକାଶ ନନ୍ଦ, ଦଶମ ର ସୁଜାତା ମାଝୀ, ଦଶମ ର ପବିତ୍ର କୁମାର ସାହୁ ପ୍ରବନ୍ଧ ରେ ଦଶମ ଶ୍ରେଣୀ ର ଲିପି ବିଶ୍ୱାଳ, ସୁଜାତା ମାଝୀ, ନବମ ର ଓ଼ମ ପ୍ରକାଶ ନନ୍ଦ କୁଇଜ ରେ ନବମ ଶ୍ରେଣୀ ର ରାମକୃଷ୍ଣ ବାରିକ,କାହ୍ନ| ସାହୁ,ଦଶମ ର ପବିତ୍ର କୁମାର ସାହୁ ଚିତ୍ରାଙ୍କନ ରେ ଦଶମ ଶ୍ରେଣୀ ର ଖଗେଶ୍ୱର ଓଝା, ସ୍ୱରୂପ ରଞ୍ଜନ ସାହୁ, ନବମ ଶ୍ରେଣୀର ରାମକୃଷ୍ଣ ବାରିକ ଆଦି ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି | ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଶକ୍ତି ବିଭାଗ ଓ ପରିବେଶ ଶିକ୍ଷା କେନ୍ଦ୍ର ଭୁବନେଶ୍ୱର ଙ୍କ ଦ୍ୱାରା ପ୍ରାୟୋଜିତ ଡିସେମ୍ବର ୮ରୁ ୧୪ଏହି ଏକ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶିକ୍ଷକ ବାଦଲ କୁମାର ଜେନା, ଦିବ୍ୟସିଂ ସୋରେନ, ମହାବୀର ନାୟକ, ସୁଧାସିନ୍ଧୁ ପାଣି, ପ୍ରଦୀପ କୁମାର ସାହୁ ଶିକ୍ଷୟିତ୍ରୀ ସୋନାଲି ସାହୁ ଓ କର୍ମଚାରୀ ତାପସ କୁମାର ସାହୁ,ବିଜୁ ଯେନା ପ୍ରମୁଖ ପରିଚାଳନା କରିଥିଲେ |


