ବିଦ୍ୟାଳୟରେ ଶକ୍ତି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ଓଡପଏଙ୍ଗାସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଶକ୍ତି ସଂରକ୍ଷଣ ସଚେତନତା କାର‌୍ୟ୍ୟକ୍ରମ ବରିଷ୍ଠ ଶିକ୍ଷକ ହିମାଂଶୁ କୁମାର ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଓ ନାଉଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମାନସ ରଞ୍ଜନ ବେହେରାଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଏହି କାର‌୍ୟ୍ୟକ୍ରମରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା। ଆଗାମୀ ଦିନରେ ଏକ ସୁସ୍ଥ ସମାଜ ଗଠନ କରିବାର ଲକ୍ଷ୍ୟ ନେଇଛାତ୍ରଛାତ୍ରୀଙ୍କ ମାଧ୍ୟମରେ ଏକ ସଚେତନତାର ବାର୍ତ୍ତା ପ୍ରେରଣ କରାଯାଇଥିଲା । ଏହି କାର‌୍ୟ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପମିତ୍ରା ମହାନ୍ତି, ଶିକ୍ଷକ ଅନନ୍ତ କୁମାର ଗୋଛାୟତ, ସଂଘମିତ୍ରା ନାୟକ, ସ୍ଵାଗତିକା ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ