ବାଇକ ଦୁର୍ଘଟଣାରେ ଇଞ୍ଜିନିଅରଙ୍କ ମୃତ୍ୟୁ: ୧୫ଦିନ ଭିତରେ ଗୋଟିଏ ପରିବାରର ତିନି ମୃତ
ହାଟଡିହି (ଓ୍ବାଇଏନଏସ): ବାଇକ ଦୁର୍ଘଟଣାରେ ବରାଙ୍ଗ ଗ୍ରାମର ଜଣେ ସଫ୍ଟଓୟାର ଇଞ୍ଜିନିଅରଙ୍କ ମୃତ୍ୟୁ ଘଟିଛି। ଗ୍ରାମର ଏହି ପରିବାର ଭିତରେ ଗତ ୧୫ଦିନ ଭିତରେ ତିନି ତିନି ଜଣଙ୍କ ମୃତ୍ୟୁ ଘଟିଛି। ସୂଚନାରୁ ଜଣା ଯାଇଛି କି ଗ୍ରାମର ସଞ୍ଜୟ ନାୟକ (୩୦) ଭୁବନେଶ୍ୱର ର ଏକ କମ୍ପାନୀରେ ସଫ୍ଟ ଓୟାର ଇଞ୍ଜିନିଅର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବାପା ଗତ ୯ଦିନ ତଳେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ବୁଢୀମା ୧୫ଦିନ ତଳେ ମୃତ୍ୟୁବରଣ କରିଥିଲେ। ଶୁଦ୍ଧିକ୍ରିୟା ସାରି ସଞ୍ଜୟ ଆଜି ନିଜ କର୍ମ କ୍ଷେତ୍ରକୁ ବାଇକ ଯୋଗେ ଫେରୁଥିବା ବେଳେ ପାଣି କୋଇଲି ନିକଟରେ ଏକ ପିକଅପ ସହିତ ଧକ୍କା ହେବାରୁ ସେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଯାଜପୁର ଡାକ୍ତରଖାନାକୁ ନେବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପରଲୋକ ଖବର ପାଇ ପରିବାର ଲୋକେ ପାଣିକୋଇଲିରେ ପହଞ୍ଚିଛନ୍ତି। ସଞ୍ଜୁର ବାପା ପ୍ରମୋଦ ନାୟକ ଗତ ୯ଦିନ ତଳେ ମୃତ୍ୟୁ ବରଣ କରିଥିବା ବେଳେ ବୁଢୀମା କମଳା ନାୟକ ଗତ ୧୪ଦିନ ତଳେ ମୃତ୍ୟୁବରଣ କରିଥିଲେ। ସଞ୍ଜୟ ଙ୍କ ମୃତ୍ୟୁପାରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କର ଏପରି ଅକାଳ ବିୟୋଗରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଜେପି ନେତା ଆଲୋକ ସେଠୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।


