ଏନଏସି ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଅଭିଯୋଗକୁ ଖଣ୍ଡନ କଲେ ଯନ୍ତ୍ରୀ
ପୋଲସରା (ଅନୀଲ କୁମାର ମହାରଣା) ପୋଲସରା ଏନଏସି ର ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଗତ ୦୨/୦୬/୨୫ ତାରିଖ ସୋମବାର ଦିନ ଗଞ୍ଜାମ ଜିଲ୍ଲାପାଳଙ୍କ ଛତ୍ରପୁର ଅଭିଯୋଗ ଶୁଣାଣୀ କକ୍ଷରେ ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରାଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଭେଟି ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ସହକାରୀ ଯନ୍ତ୍ରୀ ପଞ୍ଚାନନ ସେଠୀ ଏନଏସି ର ବିଭିନ୍ନ ଉନ୍ନୟନମୂଳକ କାମରେ ସହଯୋଗ କରୁନାହାନ୍ତି। ଜନପ୍ରତିନିଧି ଓ ସାଧାରଣଙ୍କୁ ଦୁର୍ବ୍ୟବହାର କରିବା ସହ କ୍ଷେତ୍ର ପରିଦର୍ଶନ କରୁନାହାନ୍ତି। ସେ ୨୪/୦୫/୨୩ ପୋଲସରା ଏନଏସିରେ କନିଷ୍ଠ ଯନ୍ତ୍ରୀ ଭାବେ ଯୋଗଦେଇ ଗତ ବର୍ଷ ଅକ୍ଟୋବର ମାସରେ ତାଙ୍କର ପଦୋନ୍ନତି ହୋଇଥିଲା। କିନ୍ତୁ ଏଯାବତ ତାଙ୍କର ବଦଳି ହୋଇନଥିବା ବେଳେ ତାଙ୍କୁ ବଦଳି ଦାବି କରିଥିଲେ। ଅଧ୍ୟକ୍ଷାଙ୍କ ଉକ୍ତ ଅଭିଯୋଗକୁ ଏନଏସି ସହକାରୀ ଯନ୍ତ୍ରୀ ପଞ୍ଚାନନ ସେଠୀ ସମ୍ପୂର୍ଣ୍ଣ ଖଣ୍ଡନ କରି କହିଛନ୍ତି ଯେ ସେ କୈାଣସି କାର୍ଯ୍ୟରେ ଅବହେଳା କରିନାହାନ୍ତି। ଯଦି ଜନପ୍ରତିନିଧି ଓ ଜଣସାଧାରଣଙ୍କୁ ଦୁର୍ବ୍ୟବହାର କରିଛି ,ତାହେଲେ ଅଧ୍ୟକ୍ଷା ସଙ୍ଗୀତା ବେହେରା ଓ ତାଙ୍କ ସ୍ବାମୀ ଶିଶିର ବେହେରାଙ୍କ ସହିତ ଦୁଇ ତିନି ଜବ ପ୍ରତିନିଧି ଓ ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ ପ୍ରଧାନ ଅଭିଯୋଗ ଆଣିଥିବା ବେଳେ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା ଓ ଅନ୍ୟ ୧୪ ଜଣ କାଉନସିଲର କଣ ପାଇଁ ବିରୋଧ କଲେନାହିଁ ? ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ସେମାନେ ଉଦେଶ୍ୟ ମୁଳକ ଭାବେ ଅଭିଯୋଗ ଆଣିଛନ୍ତି। ଅଧ୍ୟକ୍ଷାଙ୍କ ବିଷୟରେ ଯେ କୌଣସି ତଦନ୍ତକୁ ସହଯୋଗ କରିବି। ମୋର କାର୍ଯ୍ଯରେ ଯଦି ସନ୍ତୁଷ୍ଟ ନୁହଁନ୍ତି ତାହେଲେ ବଦଳି କରନ୍ତୁ ବୋଲି ସହମତି ପ୍ରକାଶ କରିଥିଲେ ଯନ୍ତ୍ରୀ ଶ୍ରୀ ସେଠୀ। ପୋଲସରା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନାଙ୍କ ମତାମତ ନେବାରେ, ତାଙ୍କ ପାଖକୁ ଏହି ପରି କୈାଣସି ଅଭିଯୋଗ ଆସିନାହିଁ ବୋଲି କହିଥିଲେ। ଆସିଷ୍ଟାଣ୍ଟ ଇଞ୍ଜିନିୟିର ପଞ୍ଚାନନ ସେଠୀ ଭଲଭାବେ ସମସ୍ତ କାର୍ଯ୍ୟରେ ସହଯୋଗ କରୁଥିବା ମଧ୍ଯ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜେନା ପ୍ରକାଶ କରିଥିଲେ। ଏଠି ମଧ୍ୟ ଏକ ପ୍ରଶ୍ନ ଉଠୁଛି, ସହକାରୀ ଯନ୍ତ୍ରୀ ଯଦି କାର୍ଯ୍ୟରେ ଅବହେଳା କରୁଛନ୍ତି, ତେବେ ଅଧ୍ୟକ୍ଷା ଶ୍ରୀମତୀ ବେହେରା ବହୁଥର ପାରିଷଦ ବୈଠକ ଅନୁଷ୍ଠିତ ହେବା ସ୍ଵତ୍ତ୍ୱେ ବୈଠକରେ ଆଭିଯୋଗ କଲେନାହିଁ କାହିଁକି ? ତଦନ୍ତ ହେଲେ ପ୍ରକୃତ ସତ୍ୟ ଜଣାପଡିବ ସନ୍ଦେହ ନାହିଁ।